ଓଡିଶା

ପରିସ୍ରାରୁ କୁକୁର କରିବ କରୋନା ଚିହ୍ନଟ

ୱାସିଂଟନ: କରୋନା ମୁକାବିଲା ପାଇଁ ଏହାର ଯାଞ୍ଚ ନିତାନ୍ତ ଜରୁରୀ । କିନ୍ତୁ ଯାଞ୍ଚ ପାଇଁ ଆବଶ୍ୟକ ହେଉଥିବା କିଟ୍ର ଅନେକ ଦେଶରେ ରହିଛି ଅଭାବ । ତେଣୁ ଏହି କାର୍ଯ୍ୟରେ କୁକୁରଙ୍କୁ ନିୟୋଜିତ କରିବାକୁ ତାଲିମ ପ୍ରଦାନ କରାଯାଇଛି । ତାଲିମପ୍ରାପ୍ତ କୁକୁରମାନେ ମଣିଷର ପରିସ୍ରା ଓ ଛେପରୁ କରୋନା ଚିହ୍ନଟ କରିବେ । ପେନ୍ସିଲଭେନିଆ ୟୁନିଭର୍ସିଟିର ପଶୁ ଚିକିତ୍ସା ବିଭାଗର ଗବେଷକଙ୍କ ଅନୁଯାୟୀ ପରୀକ୍ଷଣରେ ଗନ୍ଧ ବାରି ଚିହ୍ନଟ କରିପାରୁଥିବା କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯିବ । କୁକୁରଙ୍କର ୩୦ କୋଟି ଘ୍ରାଣ କୋଷ ରହିଛି । ତେଣୁ ରୋଗ ଚିହ୍ନଟ କରିବାରେ କୁକୁର ଅଧିକ ସହାୟକ ପ୍ରମାଣିତ ହେବେ । ଏହି ଅଧ୍ୟୟନ ଜରିଆରେ କୁକୁରଙ୍କ ସାହାଯ୍ୟରେ କରୋନା ଲକ୍ଷଣ ଦେଖାଦେଉଥିବା ଲୋକଙ୍କଠାରେ କରୋନା ଚିହ୍ନଟ ହେବ ।

ଗବେଷକଙ୍କ ଅନୁଯାୟୀ ଘ୍ରାଣ ଶକ୍ତି ବଳରେ ରୋଗ ଚିହ୍ନଟ କରିପାରୁଥିବା କୁକୁରଙ୍କୁ ହସ୍ପିଟାଲ ଓ ବ୍ୟବସାୟିକ ଅନୁଷ୍ଠାନରେ ନିୟୋଜିତ କରାଯିବ । ଭିଡ ଜାଗାରେ କରୋନା ରୋଗୀକୁ ଚିହ୍ନଟ କରିବା କୌଣସି ଚେତାବନୀ ଠାରୁ କମ ନୁହେଁ । ଏହି ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରୁ ଆରମ୍ଭ କରାଯିବ ବୋଲି ଗବେଷକ କହିଛନ୍ତି

Related posts

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର

mahabharatanews

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

mahabharatanews

ବାଲୁକା କଳାରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

mahabharatanews

Leave a Comment