କୋଲକାତା: ପଶ୍ଚିମ ବଙ୍ଗର ୧୦ ନିଖୋଜ ପର୍ବତାରୋହଣକାରୀଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ଓ ହିମାଞ୍ଚଳ ପ୍ରଦେଶ ମଧ୍ୟବର୍ତ୍ତୀ ହରସିଲ ଚିଟକୁଲ ଟ୍ରାକ ରୁଟରେ ୫ହଜାର ମିଟର ଉଚ୍ଚତାରେ ଥିବା ବେଳେ ଏକ ତୁଷାରପାତର ଶିକାର ହୋଇଥିଲେ । ସେମାନଙ୍କ ନିଖୋଜ ଜଣାପଡିବା ପରେ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଆରମ୍ଭ ହୋଇଥିଲା । ସେମାନଙ୍କ ମୃତଦେହ ହାରସିଲ ଅଣାଯାଇଥିଲା । ସେହିପରି ଭାରତ ତିବ୍ଦତ ସୀମା ପୋଲିସ ଦ୍ୱ।।ରା ମଧ୍ୟ ୨ଟି ମୃତଦେହ ଉଦ୍ଦାର ହୋଇଛି । କିନ୍ତୁ ସେମାନଙ୍କ ପରିଚୟ ମିଳିପାରି ନାହିଁ ।
ଏହି ନିଖୋଜ ପର୍ବତାରେ।।ହଣକାରୀଙ୍କ ମଧ୍ୟରୁ ବଙ୍ଗଳାର ଏକମାତ୍ର ମିଥୁନ ଦାରୀ(୩୨)ଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇ ହାରସିଲ ଆର୍ମି ହସ୍ପିଟାଶଲରେ ଭର୍ତ୍ତି ଚିକିତ୍ସିତ କରାଯିବା ସମୟରେ ସେ ତାଙ୍କ ଭାଉଜଙ୍କୁ ଫୋନ କରି ଜଣାଇଥିଲେ କି, ବରଫ ଝଡ ସମସ୍ତଙ୍କୁ ବୋହି ନେଇଥିଲା । ସେମାନଙ୍କ ସମ୍ପର୍କରେ ତାଙ୍କୁ କିଛି ବି ଜଣା ନାହିଁ । ମିଥୁନଙ୍କ ଘର ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ।
ଉତ୍ତରକାଶୀ ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଡେବେନ୍ଦ୍ର ପଟୱାଲ ଜଣାଇଛନ୍ତି କି, ୫ଟି ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରୁ ୪ ଜଣ କୋଲକାତା ଓ ତାର ଆଖପାଖ ଅଞ୍ଚଳରୁ ହୋଇଥିବା ବେଳେ ଜଣେ ଦିଲ୍ଲୀର ପର୍ବତାରୋହଣକାରୀ । ଅନ୍ୟ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଶନିବାର ମଧ୍ୟ ଜାରି ରହିବ ।ବରଊି ପଟୱାଲ କହିଛନ୍ତି ।
previous post