ଅପରାଧ

ପାରିବାରିକ କହଳରୁ ମହିଳାଙ୍କ ମୃତ

(ସେଖ ଫାଇଜାନ କାଦରୀ /ଭଦ୍ରକ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଅର୍ଜୁନ ଦାଶଙ୍କ ପତ୍ନୀ ମୀନତୀ ଦାସ ଗତ ରାତିରେ ସମସ୍ତେ ଶୋଇ ପରେ ପାଇଖାନ ଘରେ ନିଆଁରେ ପୋଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।ଗତକାଲି କୌଣସି କାରଣରୁ ପାରିବାରିକ କହଳ ହେବା ସହ ମୀନତୀଙ୍କୁ ଅର୍ଜୁନ ଗାଳି ଦେବା ସହ ମାଡ ମାରିଥିଲେ ବୋଲି ମୀନତିଙ୍କ ବାପା ଭାଗିରଥି ତ୍ରିପାଠୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ଭାଗିରଥିଙ୍କ ଘର ତିହିଡି ଥାନା ଅଧିନସ୍ଥ ନନ୍ଦୋର ଗ୍ରାମର।ଏତେ ବାଟ ମୁଁ ଯାଇପାରିବିନି ଅର୍ଜୁନର ଭଉଣୀ ଆଉ ଭିଣୋଇକି ଡାକି କରି ସମାଧାନ ପାଇଁ ମଧ୍ୟ ଭାଗିରଥି କହିଥିଲେ ଅର୍ଜୁନଙ୍କୁ।ଏହା ପରେ ରାତ୍ରି ସମୟରେ ଫୋନ୍ ଯାଇଥିଲା ଅର୍ଜୁନଙ୍କର ଆଉ କହିଥିଲେ ଆପଣଙ୍କ ଝିଅ ନିଆଁ ଲଗାଇ ବାଥରୁମରେ ମରିଯାଇଛି।ମୋ ଝିଅ ଆତ୍ମହତ୍ୟା କରିଛି କି? ଆଉ କିଛି କାରଣ ମୁଁ ଜାଣି ପାରୁ ନାହିଁ ବୋଲି ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ବାସୁଦେବପୁର ଥାନା ଅଧିକାରୀ ପ୍ରଦିପ କୁମାର ମାଝି ପହଞ୍ଚି ଶବ ଜବତ କରିବା ସହ ତନ୍ଦନ୍ତ ଚଳାଇଛନ୍ତି।

Related posts

ଲକ୍ଷ୍ମୀସାଗରରେ ଛୁରାମାଡ

mahabharatanews

ଦନ୍ତା ଆକ୍ରମଣରେ ମହିଳା ଗୁରୁତର

mahabharatanews

ବାପାଙ୍କୁ ଗୋଡାଇ ପିଟି ମାରିଦେଲା ପୁଅ

mahabharatanews