ଓଡିଶା

ଭୋଗ ହେଲା କାଳ

(ଅଜିତ ସାହୁ/ଜଳେଶ୍ୱର) : ଭୋଗ ହେଲା କାଳ । ବିଷାକ୍ତ ଭୋଗ ଖାଇ ପନ୍ଦରରୁ ଉର୍ଦ୍ଧ୍ବ ଅସୁସ୍ଥ । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଏନଏମ ପଡିଆ ଗ୍ରାମର ଶଙ୍କର ଦାସଙ୍କ ଘରେ ଗତକାଲି ନାଗପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଥିଲା ।ସେହି ପୂଜା ଭୋଗ ଖାଇ ପନ୍ଦରରୁ ଅଧିକ ଲୋକେ ଅସୁସ୍ଥ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଇଥିଲା। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଥିବାବେଳ ଏଗାର ଜଣ ଛୋଟ ପିଲା ରହିଛନ୍ତି।

Related posts

୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲା ଜିଲ୍ଲଶ ବିଜେଡି

mahabharatanews

୨୦ଜଣ ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଶ୍ରୀନହରରେ ସୁନିଆଁ ପର୍ବ

mahabharatanews