Uncategorized

ପାହାଡରୁ ପଥର ଖସି ୨ ମୃତ, ଘରରେ ଖେଳୁଛି ଢେଉ

ଶିମଲା: ଶୁକ୍ରବାର ସକାଳେ ପ୍ରବଳ ବର୍ଷାରେ ହିମାଚଳ ପ୍ରଦେଶର ମଣ୍ଡୀ ଜିଲାରେ ପାହାଡରୁ ପଥର ଖସିଛି । ଏହି ପଥର ଚାପରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏଥିରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । କିଛି ଦିନ ହେବ ହିମାଚଳ ପ୍ରଦେଶର ବହୁ ସ୍ଥାନରେ ପ୍ରବଳ ବର୍ଷା ହେଉଥିଲା । ଏହି ବର୍ଷାରେ ଶୁକ୍ରବାର ସକାଳେ ମଣ୍ଡୀ ଜିଲ୍ଲା ଶ୍ରୀ ହନୋଗୀ ମନ୍ଦିର ନିକଟବର୍ତ୍ତୀ ପାହାଡରୁ ପଥର ଖସିବା ଆରମ୍ଭ ହୋଇଥିଲା । ସେଠାରେ ଥିବା ୨ଟି ଯାନ ଉପରରେ ପଥର ଖସି ଗାଡି ଦୁଇଟି ଭାଙ୍ଗୁରୁଜି ଯାଇଥିବା ବେଳେ ପଥର ତଳେ ଦବି ଯାଇ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଆହତ ମଧ୍ୟ ହୋଇଛନ୍ତି। ପଥର ଖସିବାରୁ ମନ୍ଦିର ଓ ମନ୍ଦିରର ଆଖପାଖ ଅଂଚଳ ଖୁବ କ୍ଷୟକ୍ଷତି ହୋଇଛି। ରାସ୍ତାରେ ପଥର ଖସି ପଡିବାରୁ ରାସ୍ତା ଜାମ ରହିଛି । ଏନଡିଆରଏଫ ଟିମ ସେଠାରେ ପଥର ଉଠାଇବା କାମରେ ଲାଗିଛି ।
ସେହିପରି ପ୍ରବଳ ବର୍ଷା ପରେ ଗୁପ୍ତକାଶୀରେ କେଦାରନାଥ ହାଇୱେର ୭୦ ମିଟର ଅଂଶ ଭାସି ଯାଇଛି। କେଦାରନାଥଘାଟୀର ଉଷାଡ଼ା ଗାଁରେ ବର୍ଷା ଜଳ ଲୋକଙ୍କ ଘରେ ପଶିଯାଇଛି। କିଛି ଘର ମଧ୍ୟ ଭାଙ୍ଗିଛି। ପ୍ରାୟ ୪୦ରୁ ଅଧିକ ପରିବାର ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି ।

Related posts

କଣ୍ଟେନର ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ

mahabharatanews

ଆଲିଗଡ ମୁସଲିମ ୟୁନିଭର୍ସିଟି ଶିକ୍ଷାର୍ଥୀଙ୍କୁ କୁଳପତିଙ୍କ ଅପିଲ

mahabharatanews

ଦେଶରେ ୨୪ ଘଣ୍ଟାରେ ୯,୩୦୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews