ରାଜନୀତି

ପିସିସି ସଭାପତିଙ୍କ ପରିବର୍ତ୍ତନ ହେବ ନାହିଁ: ଚେଲ୍ଲା କୁମାର

ଭୁବନେଶ୍ୱର: ବଦଳିବନି ପିସିସି ସଭାପତି । ଦଳରେ ସବୁ ଠିକ ଅଛି । ଦଳ ବିଶୃଙ୍ଖଳାକୁ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରି ଚେଲା କୁମାର । ଦଳରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ଜ।।ରି ଅସନ୍ତୋଷକୁ ନେଇ ଆଶା କରାଯାଉଥିଲା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିସିସି ସଭାପତିଙ୍କ ପରିବର୍ତ୍ତନ ହେବ । କିନ୍ତୁ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଆଣିଛନ୍ତି ଚେଲ୍ଲା କୁମାର ।
ଚେଲାକୁମାର କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ବର୍ତ୍ତମାନ ହେବ ନାହିଁ । ଦଳରେ ବିଶୃଙ୍ଖଳାକୁ ସ୍ଥାନ ଦିଆଯିବ ନାହିଁ । ପିପିଲି ଓ ପଞ୍ଚାୟତ ନିର୍ବାଚନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସେ ଆହୁରି କହିଛନ୍ତି, ଦଳ ଓ ସେ ନିଜେ ଗାଁ ଗାଁ ବୁଲିବେ । ଲୋକଙ୍କୁ ସରକାରର ବିଫଳତା ଓ ବିଜେଡି କିପରି କଂଗ୍ରେସର ଭୋଟରଙ୍କୁ ହାଇଜାକ କରିଛି ତାହା ଜଣାଇବେ । ସେ ନିଜେ ଗାଁ ଗାଁ ବୁଲିବେ । ଆସନ୍ତା ମାସରୁ ସେ ନିଜେ ଜିଲ୍ଲା ବୁଲିବା କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି କହିଛନ୍ତି ।

Related posts

ସଂସଦରେ ଦରବୃଦ୍ଧି ପ୍ରତିବାଦ: ୧୯ ରାଜ୍ୟସଭା ସାଂସଦ ନିଲମ୍ବିତ

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews

ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସର ବିକ୍ଷୋଭ

mahabharatanews