ଓଡିଶାରାଜନୀତି

ପିସିସି ସଭାପତି ଦୌଡ଼ରେ ୫ ହେଭିୱେଟଙ୍କ ନାଁ

ଭୁବନେଶ୍ବର: କିଏ ହେବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ? ଏଥି ପାଇଁ ଦିଲ୍ଲୀରେ ଚାଲିଛି ଅଙ୍କକଷା। କିଏ ନେବ ଦଳର ଦାୟିତ୍ବ । କାହା ନେତୃତ୍ବରେ କଂଗ୍ରେସ ପୁଣି ରାଜ୍ୟରେ ନେତୃତ୍ବ ବିସ୍ତାର କରିବ । ସେନଇ ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ ।  କଂଗ୍ରେସ ହାଇକମାଣ୍ଡ ଏମିତି ଜଣେ ନେତାଙ୍କୁ ପିସିସି ଗାଦିରେ ବସାଇବାକୁ ଚାହୁଁଛନ୍ତି ଯିଏ ଓଡ଼ିଶାରେ କଂଗ୍ରେସର ସଙ୍ଗଠନରେ ସଞ୍ଜିବନୀ ଭରିଦେବ  । ଏବଂ ରାଜ୍ୟରେ ବିଜେପି ଓ ବିଜେଡି ସହ  ଟକ୍କର ବରାବର ଦବ । ପୁଣି ଥରେ କଂଗ୍ରେସର ନିଜର ଅସ୍ତିତ୍ବକୁ ଫେରାଇ ଆଣିବ।  ଏହାରି ଭିତରେ ସମସ୍ତଙ୍କର ନଜର ହାଇକମାଣ୍ଡ କ’ଣ ନିଷ୍ପତ୍ତି ନେବେ। କାରଣ ହାଇକମାଣ୍ଡଙ୍କ ନିଷ୍ପତି ରାଜ୍ୟରେ କଂଗ୍ରେସର ଭାବମୂର୍ତ୍ତିକୁ ସଜାଡ଼ିବ । ପିସିସି ସଭାପତି ଦୌଡ଼ରେ ୫ ଜଣ ବରିଷ୍ଠ ନେତା ଅଛନ୍ତି। କିନ୍ତୁ କାହାର ଉପରେ ହାଇକମାଣ୍ଡ ସୁନା କଳସ ଢ଼ାଳିବେ ତାକୁ ଦେଖିବାକୁ ଅପେକ୍ଷା ।

୫ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ  ଏମାନଙ୍କର ଟ୍ରାକ ରେକର୍ଡକୁ ନେଇ ତର୍ଜମା ଆରମ୍ଭ କରାଯାଇଛି ।

ଶ୍ରୀକାନ୍ତ ଜେନା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏଆଇସିସିର ବିଭିନ୍ନ ପଦପଦବୀରେ ରହି ଦାୟିତ୍ବ ତୁଲାଇଛନ୍ତି । ପୂର୍ବରୁ ଦଳ ବିରୋଧୀ କାମ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ, ନିର୍ବାଚନ ପୂର୍ବରୁ ଦଳକୁ ଫେରି ନିର୍ବାଚନ ଲଢିଥିଲେ ।

ଭକ୍ତ ଦାସ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅନେକ ରାଜ୍ୟର ପ୍ରଭାରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ନିର୍ବାଚନ ସମୟରେ ପ୍ରଚାର କମିଟି ମୁଖ୍ୟ ଥିଲେ, ଦୀର୍ଘ ବର୍ଷର ସାଙ୍ଗଠନିକ ଦକ୍ଷତା ରହିଛି ।

ତାରା ବାହିନୀପତି: ୫ ଥରର ବିଧାୟକ, ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ଦକ୍ଷିଣ ଓଡ଼ିଶାର ବଡ ଚେହେରା, ସଙ୍ଗଠନରେ ରହିଛି ଦବଦବା ।

ସପ୍ତଗିରି ଉଲ୍ଲାକା: ବିଜେପି ଓ ବିଜେଡି ହାୱାକୁ ପ୍ରତିହତ କରି ଲଗାତର ୨ ଥର ସାଂସଦ । ଆଦିବାସୀ ଚେହେରା ଭାବେ ଜଣାଶୁଣା , ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଖାସ୍ ।

ମହମ୍ମଦ ମୋକ୍କିମ: ପୂର୍ବତନ ବିଧାୟକ, ଉପକୂଳ ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା । ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ପୂର୍ବରୁ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ।

Related posts

ବିଧାୟକଙ୍କ ମା’ଙ୍କୁ କଂଗ୍ରେସ କର୍ମୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

mahabharatanews

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

mahabharatanews

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews

Leave a Comment