ରାଜନୀତି

ପୁଣି ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା

(ପାଟନା): ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ରବିବାର ସନ୍ଧ୍ୟାରେ ତାଙ୍କ ଶାଶୁ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଲାଲୁଙ୍କ ବଡ ପୁଅ ତଥା ସ୍ୱାମୀ ତେଜ ପ୍ରତାପ, ଶାଶୁ ରାବିଡି ଦେବୀ, ନଣନ୍ଦ ମିସା ଭାରତୀଙ୍କ ନାଁରେ ସେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି ।

ତେବେ ଶାଶୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସେ କହିଛନ୍ତି ଯେ, ତାଙ୍କ ବାପା ମାଆଙ୍କ ନାମରେ ସ୍ୱାମୀ ତେଜ ପ୍ରତାପ ଏକ କଲେଜ ସାମ୍ନାରେ ଆପତ୍ତିଜନକ ପୋଷ୍ଟର ଲଗାଇଛନ୍ତି । ଏ ବାବଦରେ ଶାଶୂ ରାବିଡିଙ୍କୁ ନିଜ ଫୋନରେ ଥିବା ସମସ୍ତ ପ୍ରମାଣ ଦେଖାଇବାରୁ ସେ ମୋବାଇଲ ଛଡାଇ ନେଇଥିଲେ । ଏହାପରେ ରାବିଡି ତାଙ୍କ ଚୁଡି ଧରି ଘୋଷାଡି ନେଇ ମାଡ ମାରି ଘରୁ ବାହାର କରିଦେଇଛନ୍ତି । ଏସବୁ ବାସଭବନର ସିକ୍ୟୁରିଟି ଗାର୍ଡମାନେ ଏସବୁ ଦେଖୁଥିବା ସତ୍ତେ୍ୱ ମଧ୍ୟ କେହି ସାହାଯ୍ୟ କରିବାକୁ ଆସି ନଥିଲେ ।

ବିଗତ କିଛି ମାସ ମଧ୍ୟରେ ଶାଶୂ ଘର ଲୋକଙ୍କ ତାଙ୍କ ପ୍ରତି ଏହା ଦ୍ୱିତୀୟ ଆକ୍ରମଣ ଘଟଣା ବୋଲି ଗଣମାଧ୍ୟମ ଆଗରେ ଐଶ୍ୱର୍ଯ୍ୟା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ମାସରେ ମଧ୍ୟ ଶାଶୁ ଘର ଲୋକେ ଘରୁ ବାହାର କରିଦେଇଥିଲେ । କିନ୍ତୁ କୋର୍ଟଙ୍କ ହସ୍ତକ୍ଷେପ ପରେ ଫେରିଥିିଲି । କିନ୍ତୁ ବର୍ତ୍ତମାନ ତାଙ୍କୁ ଘରୁ ବାହାର କରିଦେବା ସହ ତାଙ୍କର ସବୁ ଗହଣାକୁ ଶାଶୁଘର ଲୋକେ ରଖି ଦେଇଛନ୍ତି । ବାପାଙ୍କ ପାଖରୁ ଟଙ୍କା ଆଣିବା ପରେ ଖାଇବାକୁ ମିଳିବ ବୋଲି କହୁଛନ୍ତି ।

ଶାଶୁ ଘରେ ଏଭଳି ନିର୍ଯାତନା ଦିଆଯାଉଥିବା ନେଇ ଐଶ୍ୱର୍ଯ୍ୟା କାନ୍ଦି କାନ୍ଦି ମା’ ପୁର୍ଣ୍ଣିମାକୁ ଫୋନ କରି ଜଣାଇବା ପରେ ତାଙ୍କ ବାପା ଓ ମାଆ ଲାଲୁଙ୍କ ବାସଭବନରେ ପହଞ୍ଚି ଲାଲୁଙ୍କ ପରିବାର ବିରୋଧରେ ନାରାବାଜି କରିଥିଲେ । ଏହି ପାରିବାରିକ କଳହ ଘଟଣାକୁ ନେଇ ଐଶ୍ୱର୍ଯ୍ୟାଙ୍କ ବାପା ତଥା ଆରଜେଡି ନେତା ଚନ୍ଦ୍ରିକା ରାୟ ଜ୍ୱାଇଁ ତେଜ ପ୍ରତାପଙ୍କୁ ପାଗଳ ବୋଲି କହିବା ସହ ରାବିଡିଙ୍କ ପର୍ଦ୍ଦାଫାସ କରିବେ ବୋଲି କହିଛନ୍ତି । ଏହି ଘଟଣା ପରେ ଲାଲୁ ପରିବାରର କୌଣସି ସଦସ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାହାନ୍ତି ।

Related posts

ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

mahabharatanews

ରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ

mahabharatanews

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

mahabharatanews