ଓଡିଶା

ପୁରୀରୁ କୋଣାର୍କକୁ ଗଡିବ ଟ୍ରେନ 

(ପୁରୀ) : ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ନୂଆ ରେଳ ଲାଇନ ଘୋଷଣା କଲେ ରେଳମନ୍ତ୍ରୀ । ପୁରୀ-କୋଣାର୍କ ରେଳ ପ୍ରକଳ୍ପ ସ୍ଵପ୍ନ ପୂରା ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ମଙ୍ଗଳବାର ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନାନୁଯାୟୀ ଜମି ଅଧିଗ୍ରହଣ ପରେ ମଞ୍ଜୁର ପ୍ରୋଜେକ୍ଟ କାମ ତ୍ବରାନ୍ବିତ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି । ପ୍ରୋଜେକ୍ଟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ରେଳମନ୍ତ୍ରୀ କହିଛନ୍ତି । ନୂଆ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା ହେବ । ଫଳରେ ଯାତ୍ରୀ ଟ୍ରେନ ଭିତରୁ ସବୁ ବାହାର ଦୃଶ୍ୟ ଦେଖିପାରିବେ । ଟ୍ରେନ୍‌ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ବି ରହିବ ।

Related posts

ଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଗହଳିଚହଳି

mahabharatanews

ଜମୁଛି ଉଦଳା ସରସ୍ୱତୀ ମେଳା

mahabharatanews

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

mahabharatanews