ଓଡିଶା

ପୁରୀରେ ୧୮୬୦ରେ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ଭିତରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୬୦ରେ ପହଁଚିଛି । ଏଥିରୁ ୭୪୫ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଆଜି ସୁଦ୍ଧା କରୋନାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୧୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଆଜି ପର୍ୟ୍ୟନ୍ତ ୪୧,୧୭୫ ନମୁନା ସଂଗ୍ରହ କରାଯାଇଛି। ତେବେ ପୁରୀ ପୌରପାଳିକା ଅଞ୍ଚଳରେ ସର୍ବାଧିକ ୬୧୭ ଜଣ କୋଭିଡ ସଂକ୍ରମିତ ହୋଇଥିବା ବେଳେ ୨୮୪ ଟି ଆକ୍ଟିଭ କେସ ରହିଛି । ତେବେ ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଲୋକମାନେ ସତର୍କ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

Related posts

ଶ୍ରୀଲଙ୍କାରେ ନିର୍ମାଣ ହେବ ସୀତା ମନ୍ଦିର: କମଲନାଥ

mahabharatanews

ଛତୁମାନେ ବି କଥା ହୁଅନ୍ତି

mahabharatanews

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews