Uncategorized

ଦେଶରେ ଦିନକରେ ୬୪ ହଜାର ୫୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି ଦୈନିକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୪ ହଜାର ୫୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୯୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୫୨ ହଜାର ୮୮୯ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭାରତରେ ୩ କୋଟି ୧୭ ଲକ୍ଷ ୪୨ ହଜାର ୭୮୨ ନମୂନା ପରୀକ୍ଷଣ କରାଯାଇଛି । ସେଥିିରୁ ୨୭ ଲକ୍ଷ ୬୭ ହଜାର ୨୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୦ ଲକ୍ଷ ୩୭ ହଜାର ୮୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୨ ହଜାର ୮୮୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୬୭ ହଜାର ୫୧୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Related posts

ମାଓ ଗୁଳିରେ ୧୭ ଜବାନ ସହିଦ

mahabharatanews

ମୋଦି ମହିଳା ସଶକ୍ତିକରଣ ପାଇଁ ବହୁ ମହିଳା କେନ୍ଦ୍ରିକ ଯୋଜନା କରିଛନ୍ତି: ଅର୍ଥମନ୍ତ୍ରୀ

mahabharatanews

ଲକଡାଉନ ପରେ ଜନସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ ଡବ୍ଲୁଏଚଓର ପରାମର୍ଶ

mahabharatanews