ବରଗଡ: ୫ ଘଣ୍ଟାର ଅପହରଣ ପରେ ଶିଶୁ ପୁତ୍ର ଉଦ୍ଧାର । ବାଇକରେ ଆସି ଅପହରଣ କରିଥିଲେ । ମାଗିଲେ ୧୦ ଲକ୍ଷ ଟଙ୍କା । କିନ୍ତୁ ପୁଲିସର ଛାନଭିନ୍ନ ପରେ ଶିଶୁକୁ ୫ ଘଣ୍ଟା ପରେ ଛାଡିଦେଲେ ଅପହରଣକାରୀ । ଅପହୃତ ଶିଶୁକୁ ଏକ ସ୍କୁଲ ନିକଟରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।
ବରଗଡ ଟାଉନ ଥାନା ଅଧୀନରୁ ଏସଏସ ସିମେଣ୍ଟ କାରଖାନାର ସିଏସଆର ମୁଖ୍ୟ ଜମିଲ ଅକ୍ତର ଖାନଙ୍କ ପୁଅ ମହମ୍ମଦ ମୋଜମଙ୍କୁ ଅପହରଣ କରାଯାଇଥିବା ନେଇ ବରଗଡ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ୯ ବର୍ଷ ପୁଅ ଖେଳୁଥିବା ବେଳେ ୨ ଜଣ ବାଇକରେ ଆସି ଅପରହଣ କରି ନେଇଥିବା ଅଭିଯୋଗରେ ଉଲ୍ଲେଖ ଥିଲା । ଆହୁରି ଅଭିଯୋଗ ହୋଇଥିଲା କି ଏକ ଇଂରାଜି ଲିଖିତ ଚିଠିକୁ ଗ୍ୟାରେଜରେ ଛାଡି ଯାଇଥିଲେ । ଚିଠିରେ ୧୦ ଲକ୍ଷ ଟଙ୍କା ଦାବି ହୋଇଥିଲା ।
ବରଗଡ ଏସପି, ଏଏସପିଙ୍କ ପରି ଉଚ୍ଚାଧିକାରୀ ସେଠାରେ ପହଞ୍ଚି ଘଟଣାର ଛାନଭିନ୍ନ ଆରମ୍ଭ କରିଥିଲେ । କିନ୍ତୁ ଅପହରଣର ୫ ଘଣ୍ଟା ପରେ ଏକ ସ୍କୁଲ ନିକଟରୁ ପିଲାଟିକୁ ଉଦ୍ଧାର କରାଯାଇଛି । ପିଲାଟି ଚାଲିଚାଲି ଆସୁଥିବା ଦେଖି ଲୋକେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ପିଲାଟିକୁ କିଏ ଓ କଣ ପାଇଁ ନେଇଥିଲା? ତାର ଛାନ୍ଭିନ୍ କରୁଛି ପୁଲିସ । ଘଟଣାର ପର୍ଦ୍ଦାଫାସ ଖୁବ ଶୀଘ୍ର କରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
previous post
next post