ଓଡିଶା

ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ ଆଉ ନାହାନ୍ତି

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ଆଜି ପରଲୋକ ହୋଇଛି। ଆଜି କଟକସ୍ଥିତ ସଦଗୁରୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ଗୁରୁପଦଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ରୋମିଓ ନନ୍ଦ ସୂଚନା ଦେଇଛନ୍ତି । ୧୯୮୦ରେ ଗୁରୁପଦ କଂଗ୍ରେସରୁ ଟିକେଟ୍ ପାଇ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଗୁରୁପଦଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ନେତା ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Related posts

ଗତକାଲିର ୬ ଜଣଙ୍କ ମଧ୍ୟରୁ ୨ ଶିଶୁ ସଂକ୍ରମିତ

mahabharatanews

ଅଖାଦ୍ୟ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

ଦେଶରେ ଜନତା କର୍ଫ୍ୟୁ ଲାଗିଥିବାରୁ କଳାହାଣ୍ଡି ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରଭାବ

mahabharatanews