ଓଡିଶା

ଓଜେଇଇ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୫ରେ ହୋଇଥିବା ଓଜେଇଇ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପରୀକ୍ଷା । ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ଏହି ପରୀକ୍ଷା ବୋଲି ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଗତ ୧୫ରେ ହେଇଥିବା ପରୀକ୍ଷା ପାଇଁ ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଗୋଟିଏ ବସରେ ଭୁବନେଶ୍ୱର ଆସୁଥିଲେ । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଫଳରେ ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଂଚିତ ହୋଇଥିଲେ ।
ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରି ୨୨ ତାରିଖରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି। ଏଣୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସଂପୃକ୍ତ ଛାତ୍ରଛାତ୍ରୀ ଜିଲ୍ଲାର ନୋଡାଲ ଅଫିସରଙ୍କ ମୋବାଇଲ ନମ୍ବର ୮୭୬୩୬୮୭୮୪୮ରେ କଲ୍ କରି ପରୀକ୍ଷା ଦେବାକୁ ଜିଲ୍ଲାପାଳ କହିଛନ୍ତି।

 

Related posts

ଅପରାହ୍ନରେ ଜାରି ରହିଛି ପ୍ରବଳ ବର୍ଷା 

mahabharatanews

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews

କାଳବୈଶାଖୀ ପ୍ରଭାବ : ୫ଦିନ ପ୍ରବଳ ଛେଚିବ ବର୍ଷା 

mahabharatanews