ଓଡିଶା

ପୋଖରୀରେ ବୁଡି ୪ ବର୍ଷର ଶିଶୁ ମୃତ

(ବିଜୟ କୁମାର କାରୁଆ/ପାଟଣା): ପାଟଣା ଥାନା ସାହାରପଡା ବ୍ଲକ ଖଡ଼ିକାପଦା ପଞ୍ଚାୟତ ଅନ୍ତର୍ଗତ ଗୟଳକୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଚାରି ବର୍ଷର ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଶିଶୁ ଏହି ଗାଁର ଡେବେରା ମୁଣ୍ଡାଙ୍କ ପୁଅ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ଶିଶୁଟି ତା ମାଆଙ୍କ ସହ ବିଲକୁ ଯାଇଥିଲା । ମାଆ ବିଲରେ ଧାନତଳି ଲଗାଉଥିବା ସମୟରେ ଶିଶୁଟି ପାଖ ପୋଖରୀ ନିକଟକୁ ଚାଲି ଯାଇଥିଲା । କୌଣସି କାରଣରୁ ପାଣିରେ ବୁଡି ଯାଇ ସେଠାରେ ତା’ର ମୃତ୍ୟୁ ଘଟିଥିଲା । ଖବର ପାଇ ସାହରପଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଶିଶୁ କୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

 

Related posts

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୩୨୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews