ଓଡିଶା

ପାଟଣା ବ୍ଲକରେ ଏଥର ଶୁଭୁନି କାଉଡିଆଙ୍କ ବୋଲବମ ସ୍ୱର

(ବିଜୟ କୁମାର କାରୁଆ/ପାଟଣା): ପାଟଣା ବ୍ଲକ ନିକଟରେ ଥିବା ବୈତରଣୀ ନଦୀ କୂଳରେ ୨ଟି ଲେଖାଏଁ ଶିବ ମନ୍ଦିର ଗଢି ଉଠିଥିଲା ବେଳେ ଚଳିତବର୍ଷ ବୋଲବମ ଯାତ୍ରାର ଆୟୋଜନ ପାଇଁ ସରକାର ଅନୁମତି ଦେଇ ନାହାନ୍ତି । ଫଳରେ ଏଠାରେ ଏବେ କାଉଡିଆଙ୍କ ବୋଲବମ ସ୍ୱର ଆଉ ଶୁଣିବାକୁ ମିଳୁନାହିଁ । ଗେରୁଆ ବସ୍ତ୍ର ପିନ୍ଧି ଭାରାରେ ପାଣି ନେଇ ଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁନାହିଁ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ବୋଲବମ ଯାତ୍ରା ଉପରେ କଟକଣା ଲାଗୁ କରିଛି । ତେବେ ବୈତରଣୀ ନଦୀ କୂଳରେ ଥିବା ଶ୍ରୀଶ୍ରୀ ଆନନ୍ଦେଶ୍ୱର ଓ ବାବା ପରମେଶ୍ୱରଙ୍କ ମନ୍ଦିରକୁ ଚଳିତବର୍ଷ ବୋଲବମ ଶ୍ରଦ୍ଧାଳୁ ନଆସିଲେ ବି ମନ୍ଦିର ନୀତି ଅନୁଯାୟୀ ପୂଜା କାର୍ଯ୍ୟ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Related posts

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ନୌସେନା କର୍ମଚାରୀଙ୍କୁ ସୋସିଆଲ ମିଡିଆ ମନା

mahabharatanews

ଟ୍ୟୁମର ଅପରେସନ ପାଇଁ ଟିମ ପ୍ରକାଶ ତ୍ରିପାଠୀର ସହାୟତା

mahabharatanews