ଓଡିଶାଵାଣିଜ୍ୟ

ପୋଲିସ ଗାଡି ଧକ୍କାରେ ଜଣେ ମୃତ, ମୁଖ୍ୟ ରାସ୍ତା ଅବରୋଧ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ପୋଲିସ ଗାଡି ଧକ୍କାରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗମ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ମାଥିଲି ଥାନାର କିଛି ଅଧିକାରୀ ଏକ ବୋଲେରୋ ଯୋଗେ ଆସୁଥିବା ବେଳେ ସାମନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ନାଏକଗୁଡା ଗ୍ରାମରେ କାର୍ୟ୍ୟରତ ଜି ଆର ଏସ ବାଲରାଜୁ ସାହୁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବୋଲେରୋଟି ପଡି ରହିଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ଏବଂ ପରିବାର ବର୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Related posts

ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews