ଗୋପ: ପୁରୀ ସହରରେ ସାମାଜିକ ଦୂରତ୍ୱ କଟକଣାକୁ ପୋଲିସ କଡା କଡି କରିଛି । ବିଶେଷ କରି ପାରିବା ମାର୍କେଟ ଓ ରାସନ ଦୋକାନରେ ସାମାଜିକ ଦୂରତ୍ୱ କଟକଣା ନେଇ କଡା ପଦକ୍ଷେପ ନିଆଯାଇଛି । ପୁରୀ ବଡ଼ ଶଙ୍ଖ ପରିବା ମାର୍କେଟ ଓ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଲକ୍ଷ୍ମୀ ବଜାର ମାର୍କେଟରେ ଏହି ବ୍ୟବସ୍ଥା ହୋଇଛି । ବଡ଼ ଶଙ୍ଖ ପରିବା ମାର୍କେଟ ବ୍ୟବସାୟୀଙ୍କୁ ବଡ଼ ଶଙ୍ଖ ଛକରୁ ମେଡ଼ିକାଲ ଛକ ଯାଏ ଏକ- ଦୁଇ ମିଟର ଦୂରତା ରଖାଯାଇ ବସିବା ବ୍ୟବସ୍ଥା ହୋଇଛି । ସେହିପରି ଗ୍ରାହକମାନେ ଦୁଇ ମିଟର ଦୂରତା ରେ ରହିବା ନେଇ ପୋଲିସ ପକ୍ଷରୁ ପ୍ରତ୍ୟେକ ଦୋକାନ ଆଗରେ ରାସ୍ତାରେ ଧଳା ରଙ୍ଗରେ ବକ୍ସ କରାଯାଇଛି । ଏହି ବକ୍ସ ଭିତରେ ରହି ଗ୍ରାହକ ମାନେ ପରିବା ଓ ରାସନ କିଣିବେ । ଏକ ସାଙ୍ଗରେ ତିନି ଜଣ ପଛକୁ ପଛ ଧାଡି ହୋଇ ଠିଆ ହୋଇ ପାରିବେ । ଲୋକ ମାନଙ୍କ ଭିତରେ ଭିଡ଼ ଯେପରି ନ ହେବ ସେ ନେଇ ପୋଲିସ କର୍ମ·ରୀ ଜଗି ରହିଛନ୍ତି । ତେବେ ଲୋକଙ୍କୁ ସାମାଜିକ ଦୂରତ୍ୱ ବିଷୟରେ ସଚେତନ କରିବା ପାଇଁ ବଡ଼ ଶଙ୍ଖ ପରିବା ମାର୍କେଟର କିଛି ବ୍ୟବସ୍ଥିତ ଦୃଶ୍ୟ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ସେହିପରି ଏହି ବ୍ୟବସ୍ଥା ମଧ୍ୟ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଲକ୍ଷ୍ମୀ ବଜ଼ାରରେ କରାଯାଇଛି । ଲୋକ ମାନେ ପରସ୍ପର ଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ସେହିପରି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକମାନେ ପନି ପରିବା, ସଉଦା କିଣିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛ । ସନ୍ଧ୍ୟା ୬ ଟା ପରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ପୁରୀ ଜିଲାପାଳ ସୂଚନା ଦେଇଛନ୍ତି ।
previous post