ଓଡିଶା

ପୌରସଂସ୍ଥା ପକ୍ଷରୁ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ସ୍ଥାନୀୟ କଜଳା ପେଟ୍ରୋଲପମ୍ପ ସମ୍ମୁଖରେ “ରୂପାନ୍ତରଣ” କାର୍ଯ୍ୟକ୍ରମ ରବିବାର ସକାଳ ସାଢେ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ୫-ଟି ମିଶନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବରେ କେନ୍ଦ୍ରାପଡା ପୌରାଚଂଳକୁ ସ୍ୱଛ ଓ ସୁସ୍ଥ ରଖିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌରାଚଂଳରେ ପ୍ରତ୍ୟେକ ରବିବାର ସକାଳ ୭ଟାରେ କରାଯିବାକୁ ସ୍ଥିର କରାଯାଇଛି । ଏହି ଉପଲକ୍ଷେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଚଂଳକୁ ସ୍ୱଛ, ନିର୍ମଳ ଓ ସୁସ୍ଥ ରଖିବା ଓ ସହରକୁ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରିବା ଉଦେଶ୍ୟରେ ଏପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ପୌର ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ସହ କଜଳା ଠାରୁ ତିନିମୁହାଣି ଛକ ଓ ତିନିମୁହାଣି ଛକ ଠାରୁ କଜଳା ପେଟ୍ରୋଲପମ୍ପ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଝାଡୁଧରି ଅଳିଆ ଆବର୍ଜ୍ଜନାକୁ ଓଳାଇ ସଫା କରିବା ସହିତ ସାରା ସମାଜକୁ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । ଜିଲ୍ଲାପାଳ ନିଜେ ସଫେଇ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ ହୋଇ ନିଜର ସହରକୁ ସ୍ୱଛ, ନିର୍ମଳ ଓ ସୁସ୍ଥ କରି ଗଢିତୋଳିବା ପାଇଁ ଆହ୍ୱନ ଦେଇଛନ୍ତି । ଏହି ଅବସରରେ ପୌରସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜ୍ଜନାକୁ ଜମାଦେଇଥିବା ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ଓ ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସଚେତନତା ଉଦେଶ୍ୟରେ ପାଲା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରସଂସ୍ଥାର କର୍ମଚାରୀ ବିଜୟ କୁମାର ମିଶ୍ର, ମାନସ ରଞ୍ଜନ ମହାନ୍ତି, ସଞ୍ଜୀବ ମହାନ୍ତି, ପ୍ରସାନ୍ତ କୁମାର ନାୟକ, କ୍ଷିରୋଦ ଚନ୍ଦ୍ର ପାତ୍ର, ପ୍ରସାନ୍ତ କୁମାର ଦାସଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି, ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ । ନୀୟତି ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ବୀଣାପାଣି ଶତପଥୀ, ପ୍ରଶାନ୍ତ କୁମାର ସା ପ୍ରମୁଖ ଯୋଗଦେଇ ସହର ସଫେଇରେ ଯୋଗଦେବା ସହିତ ସହରର ବିଭିନ୍ନ ଛକ ସ୍ଥାନରେ ପାଲା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇଥିଲା ।

Related posts

ଫୁଲୁଛି ବୈତରଣୀ ; ଟପିଲା ବିପଦ ସଙ୍କେତ 

mahabharatanews

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା ;୪ ଜଣଙ୍କୁ ଅଟକ ରଖିଛି ପୋଲିସ

mahabharatanews

ଯୁବ କଂଗ୍ରେସ ନେତା ସଂଗ୍ରାମଙ୍କ ପରଲୋକ

mahabharatanews