ଜଗତସିଂହପୁର: ପ୍ରେମ ପରେ ପ୍ରେମିକାକୁ ଠକି ଖସିଯିବାକୁ ଚେଷ୍ଟା କରୁଥିଲେ ଜଣେ ପୁଲିସ କର୍ମଚାରୀ । ଜଣକୁ ପ୍ରେମ କରି ବିବାହ କରିବାକୁ ଯାଉଥିଲେ ଅନ୍ୟ ଜଣକୁ । କିନ୍ତୁ ଦୁର୍ଭାଗ୍ୟ, ଏହି ପୁଲିସ ବାବୁଙ୍କ ସବୁ ଉଦ୍ୟମ ପଣ୍ଡ ହୋଇଛି । ଥାନାରେ ଅଭିଯୋଗ ହେବାରୁ ପୁଲିସ ବାବୁଙ୍କ ବିବାହ ପ୍ରେମିକା ସହ କରାଇଛି ବିଭାଗ।
କେନ୍ଦ୍ରାପଡା ପୋଲିସ ସିଗନାଲ ବିଭାଗରେ ଆସିଷ୍ଟାଂଟ ସବ୍ ଇନ୍ସପେକଟର ଭାବେ କାମ କରୁଛନ୍ତି ମାର୍ଶାଘାଇ ବଟିରା ଗ୍ରାମର ରଞ୍ଜନ କୁମାର ବେହେରା । ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗ୍ରାମର ସ୍ୱର୍ଣ୍ଣଲତା ମାଝିଙ୍କୁ ପ୍ରେମ କରୁଥିଲେ। କିନ୍ତୁ ବିବାହ ଅନ୍ୟତ୍ର କରିବାକୁ ଯାଉଥିଲେ । ଏସମ୍ପକ୍ରରେ ସ୍ୱର୍ଣ୍ଣଲତା ଜାଣିବା ପରେ କୁଜଙ୍ଗ ଥାନାରେ ଏକ ଅଭିଯେ।।ଗ କରିଥିଲେ । ତଦନ୍ତ କରି ଅଭିଯୋଗକାରିଣୀଙ୍କ ଅଭିଯୋଗରେ ସତ୍ୟତା ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ଉଭୟଙ୍କୁ ଡକାଯାଇ ସେମାନଙ୍କ ମଧ୍ୟରେ ବୁଝାସୁଝା କରାଯାଇଥିଲା ଓ ଉଭୟଙ୍କ ବିବାହ କରାଯାଇଛି । ଏହି ବିବାହ କରାଇବାରେ କୁଜଙ୍ଗ ପୁଲିସ ଓ ତିର୍ତ୍ତୋଲ ସିଡିପିଓଙ୍କ ଭୂମିକା ପ୍ରଶଂସନୀୟ ରହିଛି ।