ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ଇସ୍ତଫା

(ନୂଆଦିଲ୍ଲୀ) ; ପ୍ରଦାନମନ୍ତ୍ରୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ସୋମବାର ଇସ୍ତଫା ଦେଇଛନ୍ତି । ହିନ୍ଦୁସ୍ଥାନ ଟାଇମ୍ସ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟର ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଖବର ପ୍ରକାଶ କରିଛି। ସିହ୍ନାଙ୍କ ଇସ୍ତଫାକୁ ନେଇ ଉଚ୍ଚ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି କି ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ। ଅମରଜିତ ସିହ୍ନା ୧୯୮୩ ବ୍ୟାଚ୍ର ବିହାର କ୍ୟାଡରର ଆଇଏଏସ ଅଧିକାରୀ। ଗତ ବର୍ଷ ଫେବୃଆରୀରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ଦିଆଯାଇଥିଲା। ଇସ୍ତଫା ଦେବା ପଛର କାରଣ ସ୍ପଷ୍ଟ ଭାବେ ଜଣା ପଡିନାହିଁ। ଚଳିତ ବର୍ଷ ପିଏମଓରେ ଏହା ଦ୍ଵିତୀୟ ସବୁଠୁ ବଡ ଇସ୍ତଫା। ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।ତିନି ଦଶନ୍ଧିର କ୍ୟାରିୟରରେ ସିହ୍ନା ଶିକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଗୁରୁତ୍ଵପୂର୍ଣ୍ଣ ପଦରେ ଅବସ୍ଥାପିତ ଥିଲେ। ସେ ଗ୍ରାମାଞ୍ଚଳ ବିକାଶ ମାମଲାର ଜଣେ ବିଶେଷଜ୍ଞ। ଜାତୀୟ ଗ୍ରାମାଞ୍ଚଳ ସ୍ଵାସ୍ଥ୍ୟ ମିଶନ ଓ ସର୍ବ ଶିକ୍ଷା ଅଭିଯାନ ପରି ଯୋଜନାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

Related posts

ମମତାଙ୍କୁ ବଡ ଝଟକା, ଦିଦିଙ୍କ ହାତ ଛାଡିଲେ 33 କାଉନସିଲର

mahabharatanews

ପ୍ରଚାର ପ୍ରସାର ପାଇଁ ହାତ ଖୋଲିଛନ୍ତି : ଅଭିଯୋଗ ଉପରେ ପଡୁନି ଦୃଷ୍ଟି

mahabharatanews

ଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହ

mahabharatanews