ଓଡିଶା

ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଯୋଜନାର ଭିଜିଲାନସ ତଦନ୍ତ ଦାବି

ନିଶ୍ଚିନ୍ତକୋଇଲି: କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର କାର୍ଯ୍ୟାଦେଶ ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବାର ସାଧାରଣରେ ଅଭିଯୋଗ କରି ଏହାର ଭିଜିଲାନସ ତଦନ୍ତ ଦାବି ହୋଇଛି ।

ଗତ ୨୦୧୯-୨୦୨୦ଆର୍ଥିକ ବର୍ଷରେ ମଣିଜଙ୍ଗ ଗ୍ରାମ ପଞ୍ଚାୟତରେ ୩୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ତେବେ ଏହି କାର୍ଯ୍ୟାଦେଶ କେତେକ ନିର୍ମାଣ ଶ୍ରମିକଙ୍କ ନାମରେ ଦିଆଯାଇଥିବାର ସରକାରୀ କାଗଜ ପତ୍ରରେ ଦର୍ଶାଯାଇଛି । ସରକାରଙ୍କ ସମସ୍ତ ନୀତି ନିୟମକୁ ଏହି କାର୍ଯ୍ୟାଦେଶ ପ୍ରଦାନରେ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଥିବାର ଅଭିଯୋଗ ହୋଇଛି । ଏପରିକି ୨/୩ ମହଲା କୋଠାଘର ଥିବା କେତେକ ସ୍ୱଚ୍ଛଳ ବର୍ଗଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନିଆଯାଇ ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି କେତେକ ହିତାଧିକାରୀ ଆଦୌ ଗୃହ ନିର୍ମାଣ କରିନଥିଲେ ମଧ୍ୟ ସେମାନଙ୍କୁ ସରକାରୀ ତହବିଲରୁ ଅର୍ଥ ପ୍ରଦାନ କରାଯାଇଥିବାର ଅଭିଯୋଗ ହୋଇଛି । ସେହିପରି ଭାବେ କେତେକ ହିତାଧିକାରୀ ନିଜର ପୁରୁଣା ଘରକୁ ରଙ୍ଗ କରି ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଫଳରେ ମାରିନେଲେ ମହାପାତ୍ରେ ଚାହିଁଛନ୍ତି ଜଳକା ନ୍ୟାୟରେ ଏହି ପଞ୍ଚାୟତରେ ବହୁ ଥିଲା ବାଲା ହାତଗୁଞ୍ଜା ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ହାତେଇଥିଲା ବେଳେ ପ୍ରକୃତ ଗରିବ ଲୋକମାନେ ଗୃହ ପାଇବାରୁ ବଞ୍ଚିତ ହୋଇଥିବାର ଗୁରୁତର ଅଭିଯୋଗ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମେନ୍ଦ୍ର ଜେନାଙ୍କର ୨ମାସ ହେଲା ନରସିଂହପୁର ବ୍ଲକକୁ ବଦଳି ହୋଇଛି । ଶ୍ରୀ ଜେନା ନରସିଂହପୁର ବ୍ଲକରେ ଯୋଗଦାନ କରି ସାରିଥିଲେ ମଧ୍ୟ ଏହି ପଞ୍ଚାୟତର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୌଣସି ଦାୟିତ୍ୱ ହସ୍ତାନ୍ତର କରୁନଥିବାର ସରପଞ୍ଚ ରଞ୍ଜିତା ନାୟକ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏହି ଚଞ୍ଚକତା ଓ ଜାଲିଆତି ସମ୍ପର୍କରେ ସ୍ଥାନୀୟ ଲୋକେ କଟକ ଜିଲ୍ଲାପାଳ ଓ ନିଶ୍ଚି୍ନ୍ତକୋଇଲି ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଲୋକେ ଏହାର ତଦନ୍ତ ଦାବି କରିଛନ୍ତି ।

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ

mahabharatanews

 ଆଜି ପବିତ୍ର ଉତ୍କଳ ଦିବସ 

mahabharatanews

ରାଜ୍ୟରେ ୪ହଜାର ଉପରକୁ ବାହାରିଲେ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

mahabharatanews

Leave a Comment