(ଜୟନ୍ତ ସେଠି/ଗୋପ): ପ୍ରବାସୀ ଫେରନ୍ତାଙ୍କ ପାଇଁ ଜିଲ୍ଲା ଅଭ୍ୟର୍ଥନା କେନ୍ଦ୍ର କୃପାଜଳ ଇଞ୍ଜିନିୟରିଂ କଲେଜ ପରିସରରୁ ୨୬ ଜଣ ସୁରାଟ ଫେରନ୍ତାଙ୍କୁ ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ବିଡିଓ ସରୋଜ କୁମାର ଦତ୍ତ ସ୍ୱତନ୍ତ୍ର ଗାଡିରେ ସେମାନଙ୍କୁ ଆଣିଥିଲେ । ସାଣ୍ଢରା, ଶ୍ରୀରାମଚନ୍ଦ୍ରପୁର, ମଧୁବନ, ମୂଳଅଳସା, ନରେନ୍ଦ୍ରପୁର ଓ ଅଳଗୁମ ପଞ୍ଚାୟତରେ କରାଯାଇଥିବା ବିଭିନ୍ନ ସଂଘରୋଧ ଗୃହରେ ସେମାନଙ୍କୁ ରଖାଯାଇଛି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯିବ ବୋଲି ତହସିଲଦାର କସ୍ତୁରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି । ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଓ ଘାସିଭବାନିପୁର ଠାରେ କରାଯାଇଥିବା ସଂଘରୋଧ ଗୃହରେ ୧୧ ଜଣ ରହିଛନ୍ତି । ସେଠାରେ ସରପଞ୍ଚଙ୍କ ସହିତ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଉପସ୍ଥିତ ରହି ସେମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେ ଦିଗପ୍ରତି ନଜର ଦେଇଥିବା ଜଣାପଡିଛି ।
next post