ଓଡିଶା

ପ୍ରବାସୀ ଶ୍ରମିକଙ୍କ ରାସ୍ତାରୋକ

ମଧୂସୁଦନ ବହିଦାର/ବଲାଙ୍ଗୀର: ପ୍ରବାସୀଙ୍କ ସମସ୍ୟା ଥମିବାର ନାମ ନେଉ ନାହିଁ । ବହାରୁ ପ୍ରବାସୀ ଆସିବା ପରେ ତାଙ୍କୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ପଠାଯାଉଛି । ଫଳରେ ଶ୍ରମିକ ଅତିଷ୍ଠ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଏମିତି ଏକ ଘଟଣା ଆଜି ସୋନପୁର ପୁଇଁତଳା ଛକରେ ଦେଖିବାକୁ ମଳିଛି ।

ôଲା । ହାଇଦ୍ରାବାଦରୁ ବ୍ରହ୍ମପୁର ଆସିବା ପରେ ସେଠାରୁ ସେମାନଙ୍କୁ ବଲାଙ୍ଗୀର ପଠାଯାଇଥିଲା । ଗତକାଲି ରାତିରେ ସେମାନେ ବଲାଙ୍ଗୀରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଶ୍ରମିକମାନେ ବଲାଙ୍ଗୀର ଟାଉନ ଥାନା ସହ ଯୋଗାଯୋଗ କରିଥିଲେ । କିନ୍ତୁ ଟାଉନ ଥାନା ପୁଲିସ ସେମାନଙ୍କୁ ପୁଇଁତଳା ଥାନାକୁ ଯିବା ପାଇଁ ପରାମର୍ଶ ଦେଲେ । ଏହା ପରେ ବସ ଶ୍ରମିକଙ୍କୁ ନେଇ ପୁଇଁତଳା ଛକ ସୋନପୁର ରାଜପଥରେ ଛାଡିଦେଲା । ଶ୍ରମିକ ମାନେ ସେଠାରେ କାହାରି ସାହାଯ୍ୟ ସହାୟତା ପାଇ ନଥିଲେ । ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଫଳରେ ଆଜି ଶ୍ରମିକମାନେ ପୁଇଁତଳା- ସୋନପୁର ରାଜପଥକୁ ଅବରୋଧ କରି ବସିଛନ୍ତି । ସେହି ରାସ୍ତା ଦେଇ କୌଣସି ଯାନବାହାନ ଏପରିକି ଆମ୍ବୁଲାନ୍ସ କୁ ମଧ୍ୟ ଛାଡ଼ୁନାହାନ୍ତି । ଖବର ସଂଗ୍ରହ ହେବା ପର୍ୟ୍ୟନ୍ତ କୌଣସି ସରକାରୀ ଅଧିକାରୀ ଶ୍ରମିକଙ୍କ ନିକଟରେ ପହଞ୍ଚି ନ ଥିବା ସୂଚନା ମିଳିଛି । ସମସ୍ତ ଶ୍ରମିକ ଟିକ୍ରାପଡ଼ା ବେଲପଡା ଏବଂ କଣ୍ଟାବାଞ୍ଜି ଅଞ୍ଚଳର ବୋଲି ଜଣା ପଡିଛି ।

Related posts

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

mahabharatanews

ମାଡି ଆସୁଛି ଅସାନି: ପୁରୀଠାରୁ ୬୮୦ କିଲୋମିଟର୍‌ ଦୂରରେ ରହିଛି ବାତ୍ୟା

mahabharatanews

ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ, ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ

mahabharatanews