ଓଡିଶା

ପ୍ରସୂତିଙ୍କ ମୃତଦେହ ରଖି ନର୍ସିଂହୋମରେ ଉତ୍ତେଜନା

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଗତ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଲୋକେ ଶବକୁ ରଖି କ୍ଷତିପୂରଣ ଦାବିରେ ପାଟିତୁଣ୍ଡ କରିଥିଲେ । ସୂଚନା ଅନୁସାରେ, ଔପଦା ବ୍ଲକ ବାଙ୍ଗୁର ଗାଁର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରସବ ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ନିକଟରେ ଥିବା ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିବାରୁ ତାଙ୍କୁ କଟକ ବଡ ମେଡିକାଲ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଅପରେସନରେ ତ୍ରୁଟି ଥିବା ଦର୍ଶାଇ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ବିଳମ୍ବିତ ରାତିରେ ମୃତଦେହକୁ ନର୍ସିଂହୋମ ଆଗରେ ରଖି ଧାରଣାରେ ବସିଥିଲେ । ଏଥିସହ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଖବର ପାଇ ପୋଲିସ ଓ ନର୍ସିଂହୋମ କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ନବଜାତ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡିଛି ।

Related posts

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

mahabharatanews

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ବୌଦ୍ଧ କଚେରୀ ପଡିଆରେ ଚାଲିଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

mahabharatanews