ଓଡିଶା

ଫନିକୁ ୮ ମାସ: କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି ହୋଇପାରୁନି

ଗୋପ: ସାମୁଦ୍ରିକ ଝଡ ‘ଫନି’କୁ ଏହା ମଧ୍ୟରେ ୮ମାସ ବିତି ଗଲାଣି । କିନ୍ତୁ ଫନିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର ବିଦ୍ୟାଳୟଗୁଡିକର ଅବସ୍ଥାରେ ସୁଧାର ଆସି ପାରି ନାହିଁ । ଗୋପ ବ୍ଲକର ୯ଟି ବିଦ୍ୟାଳୟ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ·ଲିଛି ।

ଫନି ବାତ୍ୟାରେ ବ୍ଲକର ୨୨୧ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିଲା । ସେସବୁ ମଧ୍ୟରୁ ୪୩ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବିଦ୍ୟାଳୟଗୁଡିକ ମଧ୍ୟରୁ ୧୫ଟି ବିଦ୍ୟାଳୟରେ କାମ ଆରମ୍ଭ ହୋଇଥିବାବେଳେ ଅନ୍ୟ ବିଦ୍ୟାଳୟଗୁଡିକରେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । କିଛି ବିଦ୍ୟାଳୟର ପରି·ଳନା କମିଟି ଓ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ବିଦ୍ୟାଳୟ ମରାମତି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ୧୫୩ଟି ବିଦ୍ୟାଳୟର ଆଶିଂକ କ୍ଷତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେଗୁଡିକର ମରାମତି ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଅ ।ଯାଇଛି । ସେହିପରି ବ୍ଲକରେ ଥିବା ୧୪ଟି ଉଚ୍ଚ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଗୁଡିକର ମରାମତି ଓ ନୂତନ ଗୃହ କାର୍ଯ୍ୟ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ମରାମତି ଓ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ କରାଯାଇ ନ ଥିବା ଶିକ୍ଷକମାନେ ଅଭିଯୋଗ କରୁଛନ୍ତି ।

ଠିକାଦାରଙ୍କ ଆନ୍ଦୋଳନ ଯୋଗୁ କେତେକାଂଶରେ କାର୍ଯ୍ୟ ବିଳମ୍ବ ହେଉଥିବା ପ୍ରାଥମିକ ଭାବେ ଜଣାପଡିଛି । ସେହିପରି ପ୍ରାଥମିକ ବିଦ୍ୟାଳୟର ମରାମତି ଦାୟିତ୍ୱ ପଞ୍ଚାତିରାଜ ବିଭାଗକୁ ହସ୍ତାନ୍ତର କରାଯାଇଛି । ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ପଞ୍ଚୟତିରାଜ ବିଭାଗ ପକ୍ଷରୁ ମରାମତି ପାଇଁ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହାର ଦାୟିତ୍ୱ ବ୍ଲକରେ ଥିବା ଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଦିଆଯାଇଛି । ରାଜନୈତିକ ବ୍ୟକ୍ତି ବିଦ୍ୟାଳୟ ମରାମତି ନ କରି ଅର୍ଥ ଅ ।ତ୍ମସାତ କରୁଥିବାର ଅଭିଯୋଗ ହେଉଛି । କେତେକ ବିଦ୍ୟାଳୟର ଝରକା ଓ କବାଟ ଲଗାଇ ଅନ୍ୟ କିଛି କାର୍ଯ୍ୟ ନ କରି ଲକ୍ଷଲକ୍ଷ ଟଙ୍କା ବିିଲ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ ଅ ।ଣିଛନ୍ତି । ସରପଞ୍ଚ ଓ ଯନ୍ତ୍ରୀ ବିଦ୍ୟାଳୟକୁ କେତେ ଟଙ୍କା ଅ ।ସିଛି କ’ଣ କାର୍ଯ୍ୟ କରାଯିବ ବୋଲି ବିଦ୍ୟାଳୟର ଶିକ୍ଷକଙ୍କୁ ସୂଚନା ନ ଦେଇ ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଅନେକ ବିଦ୍ୟାଳୟ ଭଙ୍ଗା ଅବସ୍ଥାରେ ପଡିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ ପଡି ଯାଇଛନ୍ତି ।

ଅନେକ ବିଦ୍ୟାଳୟର ଅଫିସ ଗୃହ ନଷ୍ଟ ହୋଇ ଯାଇଥିବାରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି । ବିଦ୍ୟାଳୟଗୁଡିକର ପୁନଃଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ ଚନ୍ଦ୍ର ବଳିଆରସିଂହଙ୍କୁ ପ·ରିବାରୁ ସେ କୁହନ୍ତି ପ୍ରାଥମିକ ବିଦ୍ୟାଳୟଗୁଡିକର କାର୍ଯ୍ୟ ପଞ୍ଚାୟତିରାଜ ବିଭାଗ ଓ ଉଚ୍ଚ ବିଦ୍ୟାଳୟର ମରାମତି କାର୍ଯ୍ୟ ଗ୍ରାମଉନ୍ନୟନ ସଂସ୍ଥାକୁ ଦିଆଯାଇଛି । ଅନେକ ବିଦ୍ୟାଳୟରେ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବିଦ୍ୟାଳୟଗୁଡିକରେ ଏବେ ସକାଳୁଆ ପାଠ ପଢା ହେଉଥିବା ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସନ୍ଥାଳି ବେହେରାଙ୍କୁ ପ·ରିବାରେ ସେ କୁହନ୍ତି କିଛି ବିଦ୍ୟାଳୟର ଆଜବେଷ୍ଟସ ପକା ଯାଇଛି । ଅନ୍ୟ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି ଓ ଖୁବ୍ ଶୀଘ କାର୍ଯ୍ୟ ଆରମ୍ଭ କରାଯିବ ।

Related posts

ଆଜି ପବିତ୍ର ହନୁମାନ ଜୟନ୍ତୀ

mahabharatanews

ଜିଲ୍ଲାର ଦୁଇ ସହରକୁ ଲକ ଡାଉନ

mahabharatanews

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

mahabharatanews

Leave a Comment