Uncategorized

ଫିଲିଫାଇନ ରାଜଧାନୀରେ କଫ୍ୟୁ

ମାନିଲା: ନୋଭାଲ କୋରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ରଖିବା ଉଦେ୍ଧଶ୍ୟରେ ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆସନ୍ତା କାଲିଠାରୁ କଫ୍ୟୁ ଜାରି କରିବାକୁ ଯାଉଥିବା ଆଜି ମେଟ୍ରେ।।ପଲିଟାନ ମାନିଲା ଉନ୍ନୟନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସ୍ଥାନୀୟ ସରକାର ମାର୍ଚ୍ଚ ୧୫ରୁ ଏପ୍ରିଲ ୧୪ ମଧ୍ୟରେ ଏହି କଫ୍ୟୁ ଜାରି କରୁଛି । ଏହି କ୍ରମରେ ରାଜଧାନୀକୁ ଯାତାୟାତ କରୁଥିବା ଡୋମେଷ୍ଟିକ ବାହନ ଚଳାଚଳ ଉପରେ କଟକଣା ଲାଗିବ । ରାଜଧାନୀ ଭିତରକୁ ବାହାରର ବାହନ ଓ ରାଜଧାନୀରୁ ବାହାରକୁ କୌଣସି ବାହାନ ଯାତାୟାତ କରିବ ନାହିଁ । ଫଳରେ ୧୨ ମିଲିୟନ ଲୋକ ରାଜଧାନୀ ସୀମାରେ ବନ୍ଦୀ ହୋଇ ରହିବେ ବୋଲି ଜିହୁଆ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ମେଟ୍ରୋପଲିଟାନ ମାନିଲା ବିକାଶ କର୍ତ୍ତୃପକ୍ଷର ସାଧାରଣ ପରିଚାଳକ ଜୋଜୋ ଗାର୍ସିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି, ତେବେ ଶ୍ରମ କ୍ଷେତ୍ରକୁ ଯାତାୟାତ ଓ ଜରୁରୀକାଳୀନ ଯାତ୍ରା ଉପରେ କୌଣସି କଟକଣା ରହିବ ନାହିଁ । ଖ।।ଦ୍ୟ ଓ ଔଷଧ ପ।।ଇଁ କଫ୍ୟୁ ଲାଗି ହେବ ନାହିଁ । ରାସ୍ତାରେ କାହାକୁ ଦେଖିଲେ ପୁଲିସ ଗିରଫ କରିବ ନାହିଁ, କିନ୍ତୁ ସେମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରାଯିବ । କୋରୋନାରେ ମାନିଲାରେ ୬୪ ସଂକ୍ରମିତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାର ସଂକ୍ରମଣ ରୋକିବା ପାଇଁ ମାନିଲା ସରକାର ଏହି ପଦକ୍ଷେପ ନେଇଥିବା ଜୋଜୋ କହିଛନ୍ତି ।

Related posts

ୟୁପି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ମିଳିବ ଆଇପ୍ୟାଡ

mahabharatanews

ମୁଁ ଶୁଦ୍ଧ ଜଳ ଓ ବାୟୁ ଚାହେଁ: ଟ୍ରମ୍ପ

mahabharatanews

ଆସନ୍ତା ୬ରେ ରିପୋର୍ଟ ଦେବାକୁ ଆରଏମଏଲ ହସ୍ପିଟାଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

Leave a Comment