ରାୟପୁର: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଶେଷରେ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ କନ୍ଦଳରେ ଅତିଷ୍ଠ ହୋଇ ଶେଷରେ ଅମରିନ୍ଦର ଇସ୍ତଫା ଦେଇଛନ୍ତି । ପଞ୍ଜାବର ଏହି କନ୍ଦଳର ପରିଣତି ଦେଖିବା ପରେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଛତିଶଗଡରେ ଦେଖା ଦେଲାଣି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମୁଣ୍ଡ ଏବେ ଚକର ଖାଇବାରେ ଲାଗିଲାଣି । ଛତିଗଡରେ ମଧ୍ୟ ସମାନ ସ୍ଥିତି ହେବ ବୋଲି ଆକଳନ କରାଯାଉଛି ।
ଛତିଶଗଡରେ ବଘେଲ ଓ ଓ ସିଂହଦେବଙ୍କ ଗୋଷ୍ଠୀ ମଧ୍ୟରେ ବହୁ ଦିନରୁ କନ୍ଦଳ ଲାଗି ରହିଛି । ଅଢେଇ ବର୍ଷିଆ ଫମୁଲାରେ ସିଂହଦେବ ମୁଖ୍ୟମନ୍ତ୍ରୀ ପଦ ଉପରେ ଆଖି ରଖିଆସୁଛନ୍ତି । କିନ୍ତୁ ଭୂପେଶ ପଦ ଛାଡିବାକୁ ନାରାଜ । ବଘେଲଙ୍କ ଏପରି କାର୍ଯ୍ୟରେ କଂଗ୍ରେସ ହାଇକମାଣ୍ଡ ଅସନ୍ତୁଷ୍ଟ । ଅନ୍ୟପଟେ ବଘେଲଙ୍କ ସପକ୍ଷରେ ବହୁ ବିଧାୟକ ଥିବାରୁ ତାଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରୁନି ଶୀର୍ଷ ନେତୃମଣ୍ଡଳୀ । ଏବେ ପଞ୍ଜାବରେ କ୍ୟାପଟେନ୍ଙ୍କ ଇସ୍ତଫା ପରେ ଛତିଶଗଡରେ ମଧ୍ୟ ସିଂହଦେବ ଓ ତାଙ୍କ ସମର୍ଥକ ପୁଣି ଥରେ ପୁରୁଣା ଦାବି ଦୋହରାଇ ପାରନ୍ତି। ଯଦି ଏମିତି ହୁଏ ତେବେ ବଘେଲଙ୍କ ପାଇଁ ସମସ୍ୟା ବଢିଯିବ ।