ଓଡିଶା

ମନୋରମା ମହାପାତ୍ରଙ୍କ ପରଲୋକ

କଟକ: ରାଜ୍ୟର ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ରଙ୍କର ଶନିବାର ଦିନ ପରଲୋକ । ଏସସିବିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମତି ମହାପାତ୍ର । ୮୭ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ସାହିତ୍ୟିକା, ସମାଜ ଖବର କାଗଜର ପୂର୍ବତନ ସମ୍ପାଦିକା ତଥା ସମାଜ ସେବୀ ଥିଲେ । ତାଙ୍କ ବିୟୋଗରେ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି ।

Related posts

ଖୋଲିଲା ଆଉ ୧୦ଟି ଗେଟ 

mahabharatanews

ପରୀ ହତ୍ୟାକାରୀକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

mahabharatanews

ଅସହ୍ୟ ତାତି : ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ 

mahabharatanews