ଓଡିଶା

ବଣଭୋଜି ପାଇଁ ଆସି ଯୁବକ ନିଖୋଜ

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଠାରେ ବୁଧବାର ଅପରାହ୍ନରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ବୁଧବାର ବଡଦିନ ହୋଇଥିବାରୁ ଅନେକ ସଂଖ୍ୟକ ଲୋକ ଏଠାକୁ ପିକ୍ନିକ୍ ପାଇଁ ଆସିଥିଲେ । ଯୁବକ ଜଣକ ମଧ୍ୟ ବଣଭୋଜି ପାଇଁ ଆସିଥିବା ବେଳେ ସାନ କୁଣ୍ଡରେ ଗାଧୋଉଥିଲେ । ଏହି ସମୟରେ ପାଣିରେ ବୁଡି ଯାଇ ସେ ନିଖୋଜ ହୋଇଯାଇଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଏଠାକୁ ପିକ୍ନିକ୍ କରିବାକୁ ଆସିଥିବା କଟକ ଅଞ୍ଚଳର ଜଣେ କଲେଜ ଛାତ୍ର ନିଖୋଜ ହୋଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା ।

Related posts

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି, ପୋଲ ଉପରେ ୪ଫୁଟ ପାଣି

mahabharatanews

ଆଜି ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ସଞ୍ଜୀବ କୁମାର ପାଣିଗ୍ରାହୀ 

mahabharatanews

କୃମି ଆକ୍ରାନ୍ତ ଅପପୁଷ୍ଟି ଓ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି

mahabharatanews