ଓଡିଶା

ବଣଭୋଜି ପାଇଁ ଆସି ଯୁବକ ନିଖୋଜ

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଠାରେ ବୁଧବାର ଅପରାହ୍ନରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ବୁଧବାର ବଡଦିନ ହୋଇଥିବାରୁ ଅନେକ ସଂଖ୍ୟକ ଲୋକ ଏଠାକୁ ପିକ୍ନିକ୍ ପାଇଁ ଆସିଥିଲେ । ଯୁବକ ଜଣକ ମଧ୍ୟ ବଣଭୋଜି ପାଇଁ ଆସିଥିବା ବେଳେ ସାନ କୁଣ୍ଡରେ ଗାଧୋଉଥିଲେ । ଏହି ସମୟରେ ପାଣିରେ ବୁଡି ଯାଇ ସେ ନିଖୋଜ ହୋଇଯାଇଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଏଠାକୁ ପିକ୍ନିକ୍ କରିବାକୁ ଆସିଥିବା କଟକ ଅଞ୍ଚଳର ଜଣେ କଲେଜ ଛାତ୍ର ନିଖୋଜ ହୋଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା ।

Related posts

କରୋନା ଭୟରେ ବୃଦ୍ଧଙ୍କୁ ମିଳିଲାନି ପଡୋଶୀ କାନ୍ଧ

mahabharatanews

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

mahabharatanews

୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା

mahabharatanews