ଓଡିଶା

କୃମି ଆକ୍ରାନ୍ତ ଅପପୁଷ୍ଟି ଓ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି

ସୁବର୍ଣପୁର / ଓମ ପ୍ରକାଶ ମିଶ୍ର : ଜାତୀୟ କୃମିନାଶକ ଦିବସ ଅବସରରେ ଏକ ସାମ୍ବାଦିକ ସମ୍ମିଳନି କରି କୃମି ଆକ୍ରାନ୍ତ ବ୍ୟକ୍ତି ଅପପୁଷ୍ଟି ଓ ରକ୍ତହୀନତା ସମେତ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ଶିଶୁମାନଙ୍କ ଶାରିରୀକ ଓ ମାନସିକ ଅବିବୃଦ୍ଧି ସଠିକ ଭାବେ ହୁଏ ନାହିଁ । ତେଣୁ କୃମିନାଶକ ଔଷଧ ସେବନ ପୂର୍ବକ ଏହି ସଂକ୍ରମଣକୁ ପ୍ରତିହତ କରିବା ନିହାତି ଆବଶ୍ୟକ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧୁକାରୀ ଡାକ୍ତର ବିଶ୍ଵରଂଜନ ପତି ଉଲ୍ଲେଖ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ,୬୭,୪୨୮ ତାଧୁକାରୀ ଆଲବେଣ୍ଡା ଜୋଲ ଔଷଧ ଖାଇବେ । ଏହାମଧ୍ୟରୁ ୧୫,୧୪୬ ଶିଶୁ ଓ କିଶୋର (୧ – ୧୯ ବର୍ଷ ) ଏବଂ ୧,୨୮୨ ଜଣ ପ୍ରଜନନକ୍ଷମ ବୟସର ମହିଳା (୨୦- ୨୪ ବର୍ଷ ) ଅଛନ୍ତି । ଜିଲ୍ଲାର ୨୦୧୯ଟି ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ ମାଗଣାରେ ଦେବାପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୯୧ ଜଣ ମହିଳା ସ୍ଵାସ୍ଥ୍ୟ କର୍ମୀ, ୫୩୩ ଜଣ ଆଶାବ ଆଶାକର୍ମୀ ତଥା ୧୫୧୦ ଜଣ ଅଙ୍ଗନବାଡ଼ି କର୍ମୀ ନିୟୋଜିତ ଏହି କାର୍ଯ୍ୟରେ ଦିୟୋଜିତ ରହିଛନ୍ତି । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଅଟେ ତେଣୁ ନିର୍ଦ୍ଦିଷ୍ଟ ବୟସ ବର୍ଗର ସମସ୍ତ ହିତାଧିକାରି ଏହି ଔଷଧ ସେବନ କରିବାକୁ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧୂକାରୀ ( ପରିବାର କଲ୍ୟାଣ) ଡ଼ାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ଡିପିଏମ୍ ଏନଏଚଏମ ବିଶ୍ବମ୍ବର ବେହେରା, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧୂକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।  ଥ୍ ଡିଏମ୍ଆର ସିଏଚ ସୁଧାଂଶୁ ନାୟକ ସାମ୍ବାଦିକ ସମ୍ମିଳନୀ ୟାଜନରେ ସହଯୋଗ କରିଥିଲେ ।

Related posts

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୪୩୦କୁ ବୃଦ୍ଧି

mahabharatanews

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews