ବନ୍ଧା ହେଲା ବ୍ରାଉନସୁଗାର ବେପାରୀ। କଣିହାଁ ବ୍ଲକ ସମଲ ଥାନା ତରଫରୁ ବ୍ରାଉନ ସୁଗାର କାରବାର ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛି କୁଲେଇ ଗ୍ରାମର ନରି ଓରଫ ନରେନ୍ଦ୍ର ଦାସ। ଏଥି ସହିତ ତା ନିକଟରୁ ୭ଗ୍ରାମ ବ୍ରାଉନ ସୂଗାର, ଏକ ମୋଟର ସାଇକେଲ (ନମ୍ବର ଓଡି୩୫ ବି ୭୧୨୬) ଓ ମୋବାଇଲ ଫୋନକୁ ମଧ୍ୟ ପୋଲିସ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ, ନରି ରବିବାର ବିଳମ୍ବିତ ରାତିରେ ତୁମୁଗୋଳା ଡଙ୍ଗରବେଡା ରାସ୍ତାରେ କୁଲେଇ ଅଭିମୁଖେ ବାଇକରେ ଆସୁଥିଲା। ସେଠାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ନରି କୁ ଅଟକାଇ ଯାଞ୍ଚ କରିବା ବେଳେ ତା ନିକଟରୁ ପୋଲିଥିନରେ ରଖାଯାଇଥିବା ୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ବ୍ରାଉନ ସୁଗାର ସମେତ ମୋଟର ସାଇକେଲ ଓ ମୋବାଇଲ ଫୋନ ଜବତ କରିଥିଲା। ମଙ୍ଗଳବାର ଅଭିଯୁକ୍ତ ନରିକୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମୃଣାଳ କାଲୋ ସୁଚନା ଦେଇଥିଲେ।
