ଓଡିଶା

ଆସନ୍ତାକାଲିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା 

(ଭୁବନେଶ୍ୱର) :ଆସନ୍ତାକାଲିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଜରିଆରେ ଦଳ ନିଜର ସ୍ଥିତି ପରଖିବା ସହ ସବୁ ଅଞ୍ଚଳରୁ ଜନତାଙ୍କ ମତାମତ ପାଇପାରିବ । ତେବେ ଏହା ମାର୍ଚ୍ଚ ୫ ତାରିଖ ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ସଫଳତା ଅବଗତ କରାଇବେ । ଲୋକଙ୍କ ଭଲମନ୍ଦ ବୁଝି ସ‌ହ‌ଯୋଗ କରିବେ ବିଜେଡି କର୍ମୀ ।

ସୂଚନାନୁଯାୟୀ ,  ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀଠାରୁ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଚାଲିବ। ପ୍ରତି ଘରକୁ ଯିବେ ଦଳର ନେତା ଓ କର୍ମୀ । ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ନିର୍ବାଚନ ପୂର୍ବରୁ ସଂଗଠନ ଆହୁରି ସକ୍ରିୟ ହେବ । ସ୍ଥାନୀୟ ପ୍ରସଙ୍ଗକୁ ଦଳ ଏହି ବିଶେଷ ଗୁରୁତ୍ୱ ଦେବ।

Related posts

ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ଗଡୁଛି ସ୍ୱତନ୍ତ୍ର ‘ମୋ ବସ୍’

mahabharatanews

୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

mahabharatanews

୨୬ରୁ ଆଦିବାସୀ ମେଳା

mahabharatanews