ଅପରାଧ

ବନ୍ଧୁକ ମୁନରେ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କୁ ଲୁଟ୍

(ମହାଭାରତ, ନରସିଂହପୁର): କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀଙ୍କ ଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, କାନପୁର ଥାନା ଅନ୍ତର୍ଗତ ରିଷିପଡା ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ତିନି କର୍ମଚାରୀ ରବିବାର ୧୧ଟା ବେଳେ ଦୋକାନ ବନ୍ଦ କରୁଥିଲେ । ସେମାନଙ୍କ ପାଖରେ ଏକ ବ୍ୟାଗରେ ୪ ଲକ୍ଷ ୬୦ ହଜାର ଟଙ୍କା ଥିଲା । ସେହି ସମୟରେ ହଠାତ ୩ ଜଣ ଯୁବକ ମୁହଁରେ କପଡା ବାନ୍ଧି କେଉଁଆଡୁ ଆସି ସେମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଥିବା ବ୍ୟାଗଟି ଛଡାଇ ନେଇ ଫେରାର ହୋଇଥିଲେ । ଏହି ଘଟଣା ସମ୍ପର୍କରେ ଉକ୍ତ ମଦ ଦୋକାନର ମାଲିକ ଗିରିଶ ଚନ୍ଦ୍ର ପଣ୍ଡା କାନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇ ଖଣ୍ଡପଡା ଥାନାର ବାଣପୁର ଛକ ନିକଟରେ ଲୁଟେରାଙ୍କ ଟିଭିଏସ ଆପାଚି ବାଇକକୁ ଜବତ କରିଛି । ବାଇକକୁ ଲୁଟେରାମାନେ ଏଠାରେ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି । ତେବେ ଲୁଟେରା ମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

Related posts

ପାର୍ବଣ ଭଣ୍ଡୁର ପାଇଁ ଆତଙ୍କୀ ମସୁଧା ପଣ୍ଡ

mahabharatanews

ବାପା ଓ ସାବତ ମା ମିଶି ଦିବ୍ୟାଙ୍ଗ ପୁଅକୁ ମାରିଦେଲେ

mahabharatanews

୪ ଲୁଟେରାଙ୍କୁ ଜବତ କରିଛି କୁଆଖିଆ ପୋଲିସ

mahabharatanews