ଅପରାଧ

ବରିଷ୍ଠ ଆଇପିଏସ ସାଇବର ଅପରାଧିଙ୍କ ଟାର୍ଗେଟରେ 

ଭୁବନେଶ୍ୱର: ପୁଲିସ ମଧ୍ୟ ଅପରଧୀଙ୍କ କବଳରୁ ରକ୍ଷା ପାଉ ନାହାନ୍ତି । ବିଶେଷ କରି ସାଇବର କ୍ରିମିନାଲ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କଲାପରି ମନେ ହେଉଛି । କିଛି ଦିନ ପୂର୍ବରୁ କମିଶନରେଟ ପୁଲିସର ଜଣେ ପୁଲିସ ଅଧିକାରୀଙ୍କ ଆକାଉଣ୍ଟକୁ କେହି ହ୍ୟାକ କରିଥିଲା । ଏବେ ଆଉ ଜଣେ ଅଧିକାରୀ ଏହି ଅପରାଧୀଙ୍କ ଟାର୍ଗେଟରେ । ୧୯୮୯ ବ୍ୟାଚର ବରିଷ୍ଠ ଆଇପିଏସ୍ ତଥା ବର୍ତମାନର ରେଳବାଇ ଓ କୋଷ୍ଟାଲ ଏଡିଜି ପ୍ରାଣବିନ୍ଦୁ ଆଚାର୍ୟ୍ୟଙ୍କ ଫେସବୁକ୍ ହ୍ୟାକ କରି ଫେକ୍ ଫେସବୁକ୍ ଆକାଉଁଟ ଖୋଲିଛି ଅପରାଧି। ଏପରିକି ଅଧିକାରୀଙ୍କ ଫଟୋ ମଧ୍ୟ ଲଗାଇଛନ୍ତି ଆକାଉଁଟ‌ରେ। ଏହା ପରେ ସଂପୃକ୍ତ ଆଇପିଏସଙ୍କ ଫେସବୁକ ଆକାଉଁଟରୁ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଫ୍ରେଣ୍ଡ ରିକ୍ୟେଷ୍ଟ ପଠାଇବା ସହିତ ସେମାନଙ୍କୁ ଟଙ୍କା ମାଗୁଛି । ଏହା ଜାଣିବା ପରେ ସଂପୃକ୍ତ ଅଧିକାରୀ ଜଣକ ନିଜ ଫେସବୁକ ଆକାଉଟଂରେ ଏହା ସେୟାର କରିବା ସହିତ ଏଥିପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି । ଏ ନେଇ ସଂପୃକ୍ତ ଅଧିକାରୀ ଜଣକ କ୍ରାଇମ ବ୍ରାଂଚର ସାଇବର ସେଲରେ ଅଭିଯୋଗ ମଧ୍ୟ କରିଛନ୍ତି । ତାଙ୍କ ନାଁରେ କେହି ଫେକ୍ ଫେସବୁକ୍ ଆକାଉଁଟ ଖୋଲି ଏଭଳି ଅପପରାଧ କରିଛି। ପ୍ରଣବିନ୍ଦୁ କ୍ରାଇମ ବ୍ରାଂଚରେ ଅଭିଯୋଗ କରିବା ପରେ ଏବେ ସାଇବର ଅପରାଧୀଙ୍କୁ ନେଇ ସମସ୍ତେ ଚିନ୍ତାରେ । ଯଦି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସାଇବର ଅପରାଧୀ ଟାର୍ଗେଟ କରି ପାରୁଛନ୍ତି, ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ତାହା ବିଚାର କରିବାର ବିଷୟ ।

Related posts

 ଗୋଡେଇ ଗୋଡେଇ ରାଜରାସ୍ତାରେ ହାଣିଲେ ଦୁର୍ବୃତ୍ତ

mahabharatanews

କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ

mahabharatanews

ବ୍ୟାଗରେ ଧରି ମୃତ ଶିଶୁ କନ୍ୟାକୁ ବୁଲିଲା ବାପା

mahabharatanews