ଓଡିଶା

ବର୍ଦ୍ଦିରେ ପୁଲିସ ବାବୁଙ୍କ ମଦ ଆସର

ଜଗତସିଂହପୁର: ଏସଆଇଙ୍କ ନାଲିପାଣି ନିଶା । ନିଶା ଏମିତି କି ବାବୁଙ୍କର ଆଉ ବର୍ଦି ପ୍ରତି ନିଘା ନାହିଁ । ବର୍ଦିରେ ବସି ସର୍ବସମ୍ମୁଖରେ ମଦ ପିଇବା ସହ ଝାଡୁଛନ୍ତି ବର୍ଦ୍ଦିର ରୋପ । ଏହି ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ । ବାବୁଙ୍କ ନାମରେ ଚୋରା ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ପରି ମଧ୍ୟ ରହିଛି ଅଭିଯୋଗ । କିନ୍ତୁ ବାବୁଙ୍କର ନାହିଁ କାହାରିକୁ ଖାତିର ।
ନାଉଗାଁ ଥାନାରେ ଏସଆଇ ବିବେକାନନ୍ଦ ସାହୁଙ୍କ ପୋଷ୍ଟିଂ ହୋଇଛି । ସେ ଅଞ୍ଚଳକୁ ପୋଷ୍ଟିଂ ହେବା ପରଠାରୁ ଅଞ୍ଚଳରେ ମଦ ବନ୍ୟା । ଅଞ୍ଚଳର ଚୋରା ମଦ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ମଦ ବ୍ୟବସାୟକୁ ପ୍ରୋତ୍ସାହିତ କରିଆସୁଥିବା ଅଭିଯୋଗ ହେଉଛି । ଏପରିକି ଚୋରା ମଦ ବ୍ୟବସାୟୀଙ୍କୁ ଚିକେନ୍ ଓ ମଦ ପାଇଁ ତାଗିଦ କରୁଥିବା ଶୁଣିବାକୁ ମିଳୁଛି। ବର୍ଦ୍ଦିରେ ଥାଇ ଚୋରା ମଦ ବ୍ୟବସାୟୀଙ୍କ ସହ ବସି ମଦ ପିଉଥିବାର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ନେଇ ସମ୍ପୃକ୍ତ ଏସଆଇଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୁରୁଣା ଫଟୋ ବୋଲି କହି ବର୍ତ୍ତମାନର ଥାନା ଅଧିକାରୀ ଘଟଣାକୁ ଚାପିଦେବାକୁ ଚେଷ୍ଟା କରୁଥିବା ବେଳେ ଏସଡିପିଓ ଏହାର ତଦନ୍ତ କରୁଛନ୍ତି ।

 

Related posts

ଘର ଛାତ ପଡି କାର୍ୟ୍ୟରତ ଶ୍ରମିକ ମୃତ

mahabharatanews

ମୟୁରଭଞ୍ଜ ଛୁଇଁଛି କରୋନା, ଜିଲ୍ଲାରେ ତିନି ପଜିଟିଭ

mahabharatanews

ବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୯୨୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

Leave a Comment