(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଠାରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏକ ଘରୋଇ ଯାତ୍ରୀବାହୀ ବସକୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଧକ୍କା ଦେଇଛି । ଫଳରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ବାରିପଦାରୁ ବାଦାମପାହାଡ଼ ଯାଉଥିବା ‘ଆନନ୍ଦ’ ନାମକ ଏକ ଘରୋଇ ବସ୍ ଘାଟି ଚଢୁଥିଲା ବେଳେ ବିପରୀତ ଦିଗରୁ ଏକ ଲୁହାପଥର ବୋଝେଇ ଟ୍ରକ ଦ୍ରୂତଗତିରେ ଆସି ଧକ୍କା ଦେଇଥିଲା । ପରେ ଟ୍ରକ୍ଟି ଘାଟି ତଳକୁ ଖସି ପଡିଥିଲା । ଏହି ଦୂର୍ଘଟଣା ଫଳରେ ଉକ୍ତ ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ପଣ୍ଡିତ ରଘୁନାଥ ମେଡିକାଲକୁ ପଠାଇ ଦିଆଯାଇଛି । ଆହତମାନେଙ୍କୁ ବାଙ୍ଗିରିପୋଷୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାରେ ଟ୍ରକ୍ ଚକା ତଳେ ଚାପି ହୋଇ ରହିଯାଇଥିବା ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post
