ଓଡିଶା

ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

(ମହାଭାରତ,ଜଳେଶ୍ୱର): ସେବା ବନ୍ଧୁତାର ଗୁରୁମନ୍ତ୍ର ନେଲେ ଛାତ୍ର, ଛାତ୍ରୀ । ଜୁନିୟର ରେଡକ୍ରଶ ପକ୍ଷରୁ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପଣ୍ଡା, ଅଶୋକ କୁମାର ନାୟକ, ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଜିଲ୍ଲାର ୨୮୯ ବିଦ୍ୟାଳୟର ଜୁନିୟର ବର୍ଗର ଛାତ୍ରଛାତ୍ରୀ, କାଉନସିଲର,ରିସୋର୍ଷ ପର୍ଷଣ, କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ସେବା ,ତ୍ୟାଗ ଓ ବନ୍ଧୁତା ପାଇଁ ଶପଥ ନେବା ସହିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଛନ୍ତି ।

Related posts

ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

mahabharatanews

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

mahabharatanews

ମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତ

mahabharatanews

Leave a Comment