ଅପରାଧଓଡିଶା

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡିର ଛାନଭିନ

ଭୁବନେଶ୍ୱର : ଲେଡି ବ୍ଲାକ ମେଲର ଅର୍ଚନା ନାଗ ଗିରଫ ଘଟଣା । ଅର୍ଚନାଙ୍କ ଘରେ ଇଡିର ରେଡ । ଅର୍ଚନା ଓ ଜଗବନ୍ଧୁଙ୍କ ସତ୍ୟବିହାର ଘରେ ଇଡି ରେଡ କରୁଛି । ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ଭୁବନେଶ୍ୱର ସତ୍ୟବିହାର, ବାଲିପାଟଣା ଖଗେଶ୍ୱର ପାତ୍ର ଘର, ବାଙ୍କୀ ଶ୍ରଦ୍ଧାଞ୍ଜଳି ଘର, ବାଲେଶ୍ୱର ଜଳେଶ୍ୱର ବାଉଁଶବଣୀ ଜଗବନ୍ଧୁଙ୍କ ପୈତୃକ ଘର, କେସିଙ୍ଗା ଅର୍ଚନାଙ୍କ ଘରେ ରେଡ ହଉଚି । ବେଆଇନ ଆର୍ଥିକ କାରବାର କୁ ନେଇ ଇଡି କରୁଛି ରେଡ ଜ୍ଝ ଅର୍ଚନା ଙ୍କ ବେଆଇନ ସମ୍ପତ୍ତି ର ଖିଅ ଖୋଜୁଛି ଇଡି ।

ସେହିପରି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କ ବାଲିପାଟଣା ଘର, ଖଗେଶ୍ୱରଙ୍କ ପୁରୁଣା ଗାଡ଼ି ସୋ’ ରୁମ୍‌ ଘରେ ବି ରେଡ୍‌ କରାଯାଉଛି । ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଜାଗମରା ଘରେ ବି ରେଡ୍‌ କରିଛି ଇଡି ଟିମ୍‌ । ଅର୍ଚ୍ଚନା ନା ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆର୍ଥିକ କାରବାର ଓ ନେଣଦେଣର ଖୋଳତାଡ କରୁଛି ଇଡି । ସେପଟେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ଖଗେଶ୍ୱର ପାତ୍ର ।

Related posts

ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

mahabharatanews

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ

mahabharatanews

 ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ ଜାରି

mahabharatanews