ଅପରାଧ

ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ୨୬ ବର୍ଷ ତଳେ ଘଟାଇଥିବା ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ ଏବଂ ପଞ୍ଚାନନ ମୁଖୀ ।ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
୧୯୯୫ମସିହାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏକ ବସ୍ ଯୋଗେ ଆସିଥିବା ପେଟିକୁ ରିକ୍ସାରେ ଲୋଡ୍ କରୁଥିବାବେଳେ ରିକ୍ସା ଚାଳକଙ୍କ ହାତରୁ ଖସିପଡିଥିଲା ଏକ ପେଟି । ପେଟି ତଳେ ପଡିବା ମାତ୍ରେ ଥରିଉଠିଥିଲା ସାର।। ଅଞ୍ଚଳ । ସଂପୃକ୍ତ ରିକ୍ସାଚାଳକଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାରେ ବହୁ ତଦନ୍ତ କରି ମଧ୍ୟ ଅଭିଯୁକ୍ତଙ୍କୁ ଧରି ପାରିନଥିଲା ପୁଲିସ । ସେମାନଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେଲା । କିନ୍ତୁ ପୁଲିସ ହାତକୁ ଆସିନଥିଲେ ୪ ଅଭିଯୁକ୍ତ ।

Related posts

ଅଶ୍ଳୀଳ ଫଟୋ କରି ଗିରଫ ଯୁବକର ଦୌରାତ୍ମ୍ୟରେ ଅତିଷ୍ଠ ପରିବାର

mahabharatanews

ଦୂତୀ ଚାନ୍ଦ ଦୁଇ ଜଣକ ନାମରେ ଆଣିଲେ ଅଭିଯୋଗ

mahabharatanews

ହାଜତ ମୃତ୍ୟୁ ଘଟଣାକୁ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛନ୍ତି: ଡିଜିପି

mahabharatanews