ଓଡିଶା

ବାଇକ୍କୁ ପିଟିଲା ପିକ୍ଅପ୍ ଭ୍ୟାନ, ୩ ମୃତ

(ମହାଭାରତ, ମୋହନା): ଗଜପତି ଜିଲ୍ଲା ମୋହନାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ପିକ୍ଅପ୍ ଭ୍ୟାନ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସୂଚନା ଅନୁଯାୟୀ, ରାମରାଜୁ ଗାଁର ସୁଧିର ମଲ୍ଲିକ, ମେଲ ମଲ୍ଲିକ ଓ ହୋଏରୁ ଗାଁର ରାମ ମଲ୍ଲିକ ଏକ ବାଇକରେ ମୋହନା ଫେରୁଥିଲେ । ଏହି ସମୟରେ ରାଇସିଂ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ପଥର ରୋକି ରାସ୍ତାରୋକ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପୋଲିସ ଦୂର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ତେବେ ଗାଡି ଡ୍ରାଇଭର ଦୂର୍ଘଟଣା ପରେ ଫେରାର ହୋଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ରେଳ ଦୁର୍ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁ

mahabharatanews

ଉଦଳାରେ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

mahabharatanews