ଓଡିଶା

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆହତ

(ମହାଭାରତ, ସତ୍ୟବାଦୀ): ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ପଟ୍ଟନାୟିକା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବଳପୁର ଗାଁର ଅର୍ଜୁନ ମହାପାତ୍ର ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ । ପଟ୍ଟନାୟିକିଆ ଛକରେ ଅର୍ଜୁନ ହଠାତ ଗାଡି ବୁଲାଇବା ସମୟରେ ପଛରେ ଆସୁଥିବା ପଛରୁ ଆସୁଥିବା ଅନ୍ୟ ଜଣଙ୍କ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁହେଁ ରାସ୍ତାରେ ଛିଟିକି ପଡିଥିଲେ । ସ୍ଥନୀୟ ଲୋକେ ତୁରନ୍ତ ଉଭୟଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଅର୍ଜୁନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

Related posts

ପ୍ରବଳ ବର୍ଷା ସମ୍ଭାବନା: ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

mahabharatanews

ବଡ଼ପାଟଣା ଗ୍ରାମପଂଚାୟତର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ସହାୟତାରେ ରନ୍ଧାଖାଦ୍ୟ ବଣ୍ଟନ

mahabharatanews

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews