ଅପରାଧ

ବନ୍ଦ ଘରୁ ୨ ମୃତଦେହ ଉଦ୍ଧାର

(ମହାଭାରତ, କେଉଁଝର): କେଉଁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଏକ ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ଅଛନ୍ତି । ତେବେ ସେମାନଙ୍କ ସମ୍ପର୍କ ଓ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ପଡୋଶୀମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକେ ପହଞ୍ଚି ନଥିବାରୁ ଶବଦ୍ୱୟକୁ ବ୍ୟବଚ୍ଛେଦ ଲାଗି ପଠାଯାଇ ପାରିନାହିଁ । ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଚର୍ଚ୍ଚା ହେଉଛି ।

Related posts

ଯୁବତୀଙ୍କୁ ଗଣବଳାତ୍କାର ପରେ ପୋଡିବାକୁ ଉଦ୍ୟମ, ପୀଡିତା ଗୁରୁତର

mahabharatanews

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

mahabharatanews

ହାତବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews