ଓଡିଶା

ବାଇକ ଲୁନା ମୁହାଁମୁହିଁ ଧକ୍କା

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହାତୀବାରି ରାସ୍ତାରେ ଥିବା ସର୍ଭେସରି ଫ୍ୟାକ୍ଟ୍ରି ଆଗରେ ଏକ ବାଇକ୍ ଓ ଲୁନା ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି । ଆହତଦ୍ୱୟ ହେଲେ ରାଜେଶ ରାଠୋର ଓ ଅର୍ଜୁନ ମାଝୀ । ରାଜେଶଙ୍କ ଘର ରାଉରକେଲା ସ୍ଥିତ ମାଲଗୋଦମ ଅଞ୍ଚଳରେ ହୋଇଥିବା ବେଳେ ଅର୍ଜୁନଙ୍କ ଘର ପୁଟରୀଖମଣ ପଞ୍ଚାୟତର ହରପାଲି ଗାଁରେ ।

ଗତକାଲି ରାତି ପ୍ରାୟ ୮ଟା ବେଳେ ରାଜେଶ ନିଜର ଲୁନାରେ ସାପ୍ତାହିକ ହାଟରେ ଆଇସ୍କ୍ରିମ୍ ବିକ୍ରି କରି କୁଆଁରମୁଣ୍ଡା ଆଡ଼କୁ ଆସୁଥିଲେ । ଏହି ସମୟରେ କୁଆଁରମୁଣ୍ଡା ପଟୁ ଆସୁଥିବା ବାଇକ ସହିତ ତାଙ୍କ ଲୁନା ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକରେ ଅର୍ଜୁନଙ୍କ ସହିତ ସୁବାଷ ମାଝୀ ଓ ଆକାଶ ମାଝୀ ନାମକ ଆଉ ଦୁଇ ଯୁବକ ବି ବସିଥିଲେ । ଅର୍ଜୁନ ବାଇକ୍ ଚଲାଉଥିଲେ । ଦୁର୍ଘଟଣାରେ ସମସ୍ତେ ଆହତ ହୋଇଛନ୍ତି । ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ରାଜେଶ ଓ ଅର୍ଜୁନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସ୍ଥିତ ଆଇଜିଏଚ୍କୁ ସ୍ଥାନାନ୍ତରିତ କରାଯାଇଛି । ବାଇକ୍ ପଛରେ ବସିଥିବା ସୁବାଶ ଓ ଆକାଶ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି ।

Related posts

ନାବାଳିକାର ବିବାହ ସମୟରେ ପୋଲିସର ଚଢାଉ

mahabharatanews

ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

mahabharatanews

ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ

mahabharatanews