(ବରୀ/ ଯାଜପୁର):ବରୀରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଅନୁଷ୍ଠାନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”,ଓଡ଼ିଶା ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଅନୁମତି କ୍ରମେ, ବରୀ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କାର୍ୟ୍ୟାଳୟ, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବରୀ ତହସିଲ କାର୍ୟ୍ୟାଳୟ ସହ ବରୀ ବ୍ଲକରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଯଥା କାଦମ୍ବିନୀପାଳ ମହିଳା ମହାବିଦ୍ୟାଳୟସ୍ତିତ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ସ୍ଥିତ କେନ୍ଦ୍ର, ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଆଦି ବିଭିନ୍ନ ଅଞ୍ଚଳ ବୁଲି କରୋନା ସଂକ୍ରମଣ ରୋକିବା ପାଇଁ ବିଶୋଧନ କରାଯାଇଛି ! ଦେଶରେ କରୋନା ଯୋଦ୍ଧା ଭାବେ ପୋଲିସ କର୍ମଚାରୀ,ଡାକ୍ତର ଵର୍ଗ, ନର୍ସ, ସାମ୍ବାଦିକ ବନ୍ଧୁଗଣ, କୃଷକ ତଥା ଏହି ମହାମାରୀ ସହ ଲଢ଼ୁଥିବା ସମସ୍ତ ସେବାୟତ କର୍ମଚାରୀଙ୍କ ପରି କରୋନା ଯୋଦ୍ଧା ଭାବରେ ଟ୍ରଷ୍ଟ ତରଫରୁ ଟ୍ରଷ୍ଟି ଇଂ. ବିମଳ ଦାସ,ଵିଜୟ ସାହୁ,ତୁଷାର ଶାନ୍ତି,ସାଥୀ ପ୍ରକାଶ ଧଳ, ଦେବାଶିଷ ଧଳ,ସତ୍ୟବ୍ରତ ସମାଲ, ତପନ ଜେନା ତଥା ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟରେ ସହଯୋଗ କରିଛନ୍ତି ! ଅନୁଷ୍ଠାନ ର ଏଭଳି ମହତ କାର୍ଯ୍ୟକୁ ବରୀ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି । ଏହି ସେଵା କାର୍ଯ୍ୟ ବରୀ ବ୍ଲକର ସମସ୍ତ ପଞ୍ଚାୟତ ରେ ଥିବା ସଂଗରୋଧ କେନ୍ଦ୍ର ମାନଙ୍କରେ ଆଗକୁ ବିଶୋଧନ କାର୍ଯ୍ୟ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ସମାଜସେବୀ ବିମଳ ଦାସ ସୂଚନା ଦେଇଛନ୍ତି ।
previous post