ଓଡିଶା

ବିହାର ଯିବାକୁ ପାଦ ଉପରେ ଆଶ୍ରା କଲେ ୨୦ଶ୍ରମିକ

ଭୁବନେଶ୍ୱର: ୨୧ ଦିନର ଲକଡାଉନ ଆଜି ମଧ୍ୟ ରାତ୍ରୀରେ ଶେଷ ହେବ । ପୁଣି ଜୀବନ ପୂର୍ବପରି ଆଗେଇ ଯିବ । ଏହି ଆଶା ନେଇ ବିଭିନ୍ନ ରାଜ୍ୟରେ ଥିôବା ଖଟିଖିଆ ୨୧ ଦିନର କଷ୍ଟ ସହିଯାଇଥିଲେ । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଲକଡାଉନକୁ ଆଉ ୧୯ ଦିନ ବଢାଇଦେବା ପରେ ସବୁ ଧର୍ଯ୍ୟର ବନ୍ଧ ଏକା ଧରକେ ଭୁଶୁଡି ପଡିଥିଲା । ନିଜ ଭିଟାମାଟିକୁ ଫେରିବାକୁ କିଛି ଯିଦି ଧରିଥିବା ବେଳେ କିଛି ପୁଣି ନିଜ ପାଦକୁ ଆଶ୍ରାକରି ଆଗେଇ ଚାଲିଛନ୍ତି । ଆଜି ଖୋର୍ଦ୍ଧାରୁ ପ୍ରାୟ ୨୦ ଜଣ ବିହାରୀ ଶ୍ରମିକ ସେମାନଙ୍କ ଘରକୁ ବିହାର ଚାଲିଚାଲି ଯାଉଥିବା ଦେଖା ଦେଇଥିଲା । ଏହି ଶ୍ରମିକମାନେ ଜୟଦେବ ଓଭର ବ୍ରିଜ ହୋଇ ଯାଉଥିଲେ । ସେମାନଙ୍କ ଅନୁଯାୟୀ, ସେମାନେ ଖୋର୍ଦ୍ଧାର ଜଣେ କଣ୍ଟ୍ରାକ୍ଟରଙ୍କ ନିକଟରେ କାମ କରିଥାନ୍ତି । କିନ୍ତୁ କାମମ ବନ୍ଦ ହୋଇଯିବାରୁ ବହୁ କଷ୍ଟରେ ଯାହା କିଛି ସଂଚିତ ଅର୍ଥ ଥିଲା ସେଥିରେ ବେଳେ ଖାଇ ବେଳେ ଖାଲି ପେଟରେ ରହିଥିଲେ । ହେଲେ ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ ୧୯ ଦିନ । ଆଉ ରହିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଯେକୌଣସି ପ୍ରକାରେ ଚାଲି ଚାଲି ସେମାନଙ୍କ ଘରକୁ ଯିବାକୁ ବାହାରିଛନ୍ତି ।

Related posts

୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୯୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଅନଲାଇନରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶଣ

mahabharatanews