ଓଡିଶା

ଅନଲାଇନରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶଣ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ପବିତ୍ର ରଥଯାତ୍ରା ଅବସରରେ ପୌରାଂଚଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟମ’ ପକ୍ଷରୁ ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଏକ ଅଭିନବ ପ୍ରୟାସ କରାଯାଇଛି । ଗତ ମଙ୍ଗଳବାର ଅନୁଷ୍ଠାନ ପକ୍ଷରୁ ଅନଲାଇନରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କୁନି କୁନି କଳାକାର ଓଡ଼ିଶୀ, ଭଜନ ଓ ଲୋକକଳାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ସ୍ଥାନୀୟ ଅଂଚଳର ସୁନାମଧନ୍ୟ କଣ୍ଠଶିଳ୍ପୀ ସଚ୍ଚିକାନ୍ତ ମିଶ୍ର ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଅନଲାଇନ କାର୍ୟ୍ୟକ୍ରମକୁ ରଞ୍ଜନ କୁମାର ସାହୁ ସଂଯୋଜନା କରିଥିଲେ । ଅନଲାଇନରେ ସାଂସ୍କୃତିକ ପରିବେଶଣ ପାଇଁ ଅନୁଷ୍ଠାନର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯଇଛି । ଏହି କାର୍ୟ୍ୟକ୍ରମକୁ ଅନୁଷ୍ଠାନର ଶ୍ରୀନୁ ପାତ୍ର, ପ୍ରଭାତ ମହାରଣା, ଗୋପାଳ ପ୍ରମୁଖ ପରିଚାଳନାରେ କରିଥିଲେ ।

Related posts

ହାଇୱା ମାଲିକ ସଙ୍ଘ ଦାବି ପୂରଣ ନ ହେଲେ ହେବ ଆନ୍ଦୋଳନ

mahabharatanews

୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଛି ରକ୍ତ ଦାନ ଶିବିର

mahabharatanews

ମାଆ ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ

mahabharatanews