ଓଡିଶା

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ସାନମୌଦା ଗ୍ରାମବାସୀ

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ଗୋରୁମୋହିଶାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମବାସୀମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ରାଜ୍ୟ ସରକାର ୫-ଟିର ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଜିଲ୍ଲରେ ସାନମୌଦା ଏକ ଆଦିବାସୀ ବହୁଳ ଗାଁ ଭାବେ ପରିଚିତ । ଏଠାରେ ପ୍ରାୟ ତିନି ଶହ ପାଖାପାଖି ପରିବାର ବସବାସ କରନ୍ତି । କିନ୍ତୁ ବିଶୁଦ୍ଧ ପାଣି ଟୋପାଏ ପାଇଁ ଏମାନଙ୍କୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏହି ଗାଁରେ ଦୀର୍ଘ ଦିନ ହେବ ପାଣି ଟାଙ୍କି ଗୁଡିକ ଫାଟି ଯାଇଥିବାରୁ ପାଣି ବୋହି ନଷ୍ଟ ହେଉଁଛି । ଏହାସହ ଗାଁରେ ଥିବା ସମସ୍ତ ନଳକୂପ ଗୁଡିକ ଖରାପ ହୋଇ ପଡିଛି । ଗାଁରେ ଥିବା •ରିଟା ପାଣି ଟ୍ୟାପରୁ ତିନୋଟି ଭାଙ୍ଗି ଯାଇଛି । ତେଣୁ ପାଣି ଆସୁଥିବା ଗୋଟିଏ ଟ୍ୟାପକୁ ଭରସା କରି ଗ୍ରାମବାସୀମାନଙ୍କୁ ପ୍ରତିଦିନ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ । ଫଳରେ ପିଇବା ପାଇଁ ବୁନ୍ଦାଏ ବିଶୁଦ୍ଧ ପାଣି ମିଳିଥାଏ । ତେବେ ଆଗକୁ ଖରାଦିନ ଆସୁଥିବାରୁ ପିଇବା ପାଣି ପାଇଁ ଗାଁର ଲୋକେ ଆହୁରି ହନ୍ତସନ୍ତ ହେବେ । ତେବେ ଏଭଳି ସମସ୍ୟା କିପରି ସୃଷ୍ଟି ନହେବ ସେଥିପାଇଁ ପ୍ରଶାସନ ଗୁରୁତ୍ୱ ଦେବାକୁ ବାରମ୍ବାର ସରପଞ୍ଚ ତଥା ଭିଏଲଡବ୍ଲୁଙ୍କୁ ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କିଛି ପଦକ୍ଷେପ ନେଇ ନଥିବା ଜଣାପଡିଛି । ତେବେ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଦି ଆଠ ଦଶ ଦିନ ଭିତରେ ଟାଙ୍କି, ନଳକୂପ ଓ ଭାଙ୍ଗି ଯାଇଥିବା ଟ୍ୟାପଗୁଡିକର ମରାମତି ନ ହୁଏ ତେବେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସାନମୌଦା ଗାଁ ଲୋକଙ୍କ ମାନଙ୍କ କହିବା ଅନୁଯାୟୀ, ପିଇବା ପାଣି ପାଇଁ ଉପୁଜୁଥିବା ସମସ୍ୟା ଓ ଖରାପ ହୋଇପଡିଥିବା ଉପକରଣ ଗୁଡିକର ମରାମତି ପାଇଁ ରାଜ୍ୟ ସରକାର ବାର୍ଷିକ ଆରଡବ୍ଲୁଏସଏସ ଅଫିସ ତରଫରୁ ପାଞ୍ଚ ଲକ୍ଷ ଟଙ୍କା ଭିଏଲଡବ୍ଲ୍ୟଙ୍କୁ ଦେଇଥାନ୍ତି । ଚଳିତଥର ଖରାଦିନ ପୂର୍ବରୁ ସେହି ଟଙ୍କାରେ ପାନୀୟ ଜଳ ପାଇଁ ଅଚଳ ଉପକରଣଗୁଡିକୁ ମରାମତି ପାଇଁ ଗ୍ରାମବାସୀ ମାନେ ଅଡି ବସିଛନ୍ତି । ଏବାବଦରେ ସାନମୌଦା ଗାଁର ଭିଏଲଡବ୍ଲ୍ୟଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସିଏ ଫୋନ ଉଠାଇନଥିଲେ । ତେବେ ଖରାଦିନ ପୂର୍ବରୁ ପିଇବା ପାଣିକୁ ନେଇ ଏହି ଗାଁର ଲୋକମାନେ ସାମ୍ନା କରୁଥିବା ସମସ୍ୟାଗୁଡିକ କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଛି ।

Related posts

୨୫ରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ

mahabharatanews

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews

Leave a Comment