ଓଡିଶା

ନିଯୁକ୍ତି ବନ୍ଦକୁ ନେଇ ସରକାରଙ୍କ ସ୍ପଷ୍ଟିକରଣ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ମଧ୍ୟରେ ଆର୍ଥିକ ସଂକଟକୁ ନେଇ ରାଜ୍ୟ ସରକାର ଦୁଇ ବର୍ଷ ପାଇଁ କୌଣସି ନିଯୁକ୍ତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇ ଥିଲା । ଏହା ପରେ ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆର୍ଥିକ କଟକଣା ଏବଂ ନୂଆ ନିଯୁକ୍ତି ପ୍ରସଙ୍ଗରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇଛି । ସ୍ପଷ୍ଟିକରଣରେ କୁହାଯାଇଛି, ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂର୍ବଭଳି ପୂରଣ କରାଯିବ। ସମସ୍ତ ସରକାରୀ ନିଯୁକ୍ତି ପ୍ରକ୍ରିୟା ଚାଲିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ ରୋକ ଲଗାଯାଇଛି ।

Related posts

ମହାନଦୀରୁ ଘଡିଆଳ କୁମ୍ଭୀର ଉଦ୍ଧାର

mahabharatanews

ମାଡ ମାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ

mahabharatanews

ଟ୍ରାକ୍ଟର ଚକା ତଳେ ଚାପି ହୋଇ ନାବାଳକ ମୃତ

mahabharatanews