ଓଡିଶା

ବେସନ ନାଁରେ ବିକ୍ରି ହେଉଛି କୁକୁର ଖାଦ୍ୟ

(ତାରାକାନ୍ତ ନାୟକ/ସାଲେପୁର): କୁକୁର ପାଇଁ ପ୍ରଯୁଜ୍ୟ ଖାଦ୍ୟକୁ ବେଶନ କହି ଗାଁ ଗହଳିର ଛୋଟ ଛୋଟ ଦୋକାନରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ସାଙ୍ଘାତିକ ଅଭିଯୋଗ କଟକ ଜିଲ୍ଲା ସାଲେପୁର ପାଇକରାପୁର ଗାଁରୁ ଆସିଛି । ଆମେରିକାର ଏକ କୁକୁର ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ପ୍ୟାକେଟକୁ ଗାଁରେ ବେସନ କହି ଦୋକାନୀମାନେ ବିକ୍ରିି କରୁଛନ୍ତି । ଅନେକ ଲୋକ ଅଜାଣତରେ ଏହାକୁ ଘରକୁ ନେଇ ବେସନ ଭାବି ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏହା କୁକୁର ଖାଦ୍ୟ ବୋଲି ଜଣାପଡିବା ପରେ ଗାଁ ଲୋକଙ୍କ ହୋସ ଉଡିଯାଇଛି । ଏହି ଖାଦ୍ୟ ପ୍ୟାକେଟ୍ ଉପରେ ୧୦୦% ନାଚୁରାଲ ଡଗ ଟ୍ରିଟ୍ ଏବଂ ମେଡ୍ ଇନ୍ ୟୁଏସ ବୋଲି ଲେଖା ହୋଇଛିି । ସେପଟେ ଏହି ପ୍ୟାକେଟ୍ ବିକ୍ରି କରୁଥିବା ଦୋକାନୀ ଜଣକ ଗାଁ ଲୋକଙ୍କ ଅଭିଯୋଗ ସତ ବୋଲି ମାନି ନେଇଛନ୍ତି । ସେ ନିଜେ ପାଠ ପଢି ନଥିବାରୁ ପ୍ୟାକେଟ୍ ଉପରେ ଇଂରାଜୀ ଲେଖାକୁ ପଢି ନପାରି ହୋଲସେଲର ବେସନ କହିବାରୁ ଆଣି ବିକ୍ରୀ କରିଥିବା କହିଛନ୍ତି । ଏବେ ସତ୍ୟତା ଜଣାପଡିବା ପରେ ଏହି ପ୍ୟାକେଟ୍ ବିକ୍ରୀ ବନ୍ଦ କରି ଦେଇଥିବା ବେଳେ ଏହି ଖାଦ୍ୟ ଖାଇ କେହି ଅସୁସ୍ଥ ହେଲେ ଉକ୍ତ ହୋଲସେଲର ନାଁରେ ଏତଲା ଦେବେ ବୋଲି କହିଛନ୍ତି । ଆମେରିକା କମ୍ପାନୀର କୁକୁରଙ୍କ ନିମନ୍ତେ ଏହି ଗୁଣ୍ଡ ଖାଦ୍ୟ କିଭଳି କିରାନା ଦୋକାନରେ ବେସନ କହି ବିକ୍ରୀ କରାଯାଉଛି ପ୍ରଶାସନ ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଇକରାପୁର ଗ୍ରାମବାସୀ ଦାବି କରିଛନ୍ତି ।

Related posts

ଯୁବକଙ୍କ ମୁଣ୍ଡ କାଟି ଫୋପାଡି ଦେଲେ ଦୁବୃର୍ତ୍ତ

mahabharatanews

ଟୋପାଏ ପାଣି ପାଇଁ ଡ଼ହଳବିକଳ ବହଳପୁରବାସୀ

mahabharatanews

ଆଜି ସାବିତ୍ରୀ ବ୍ରତ ,ଚଳଚଞ୍ଚଳ ଗାଁରୁ ସହର

mahabharatanews